Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଏଣିକି ଗାଡ଼ିରେ ରଖିବାକୁ ପଡ଼ିବ ନାହିଁ ଗାଡ଼ି କାଗଜପତ୍ର, ଟ୍ରାଫିକ୍ ପୋଲିସ୍ ଡିଭାଇସରେ କରିବେ ଚେକିଂ

27/09/2020 at 4:19 PM

ନୂଆଦିଲ୍ଲୀ ୨୭/୦୯: ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। ଏଣିିକି ଗାଡ଼ି ଚଳାଇବା​‌ ବେଳେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟେ୍ରସନ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ୍ ପ୍ରଭୃତି କାଗଜପତ୍ର ଆଉ ରଖିବାକୁ ପଡ଼ିବ ନାହିଁ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏହା ଉପେର ଆକ୍ଟ ତିଆରି କରି ଏକ ନୋଟିଫିକେସନ ଜାରି କରିଛନ୍ତି। ଏହା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। କେନ୍ଦ୍ର ସରାକର କହିଛନ୍ତି ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ସମେତ ଗାଡ଼ି ଦସ୍ତାବିଜକୁ ବାହନ ପୋର୍ଟାଲ ଜରିଆରେ ସଂରକ୍ଷିତ ରଖାଯିବ।

ମନ୍ତ୍ରାଳୟ ରାଜ୍ୟ ପରିବହନ ବିଭାଗ ଓ ଟ୍ରାଫିକ ପୋଲିସଙ୍କୁ ଗାଡ଼ି ଚାଳକଙ୍କୁ କାଗଜପତ୍ର ନ ମାଗିବା ପାଇଁ ଆଦେଶ ମଧ୍ୟ ଦେଇଛନ୍ତି। ଏ ପାଇଁ ଏକ ସପ୍ଟଓ୍ବେୟାର ବିକଶିତ କରାଯାଉଛି। ଯାହା ଦ୍ବାରା ଟ୍ରାଫିକ ପୋଲିସ୍ ଗାଡ଼ି ନମ୍ବରକୁ ସେହି ମେଶିନରେ ସବମିଟ୍ କରି ଗାଡ଼ି କାଗଜପତ୍ର ତଦନ୍ତ କରିପାରିବେ।

ତେବେ ଏହି ସପ୍ଟଓ୍ବେୟାରକୁ ନିର୍ଧାରିତ ତାରିଖରୁ ପରିବହନ ସଫ୍ଟଓ୍ବେୟାର ସହ ଯୋଡା ଯିବ। ଏଥିରେ ଗାଡ଼ିରେ ରେଜିଷ୍ଟେ୍ସନ ନମ୍ବର ଦେବା ଦ୍ବାରା ସମ୍ପୃକ୍ତ ଗାଡ଼ିର ସବୁ କାଗଜ ଯାଞ୍ଚ ହୋପାରିବ।

ସୂଚନାଯୋଗ୍ୟ ସରକାର ୧୯୮୯ ମୋଟରଯାନ ନିୟମ ସଂଶୋଧନ କରିଛନ୍ତି। ମୋଟର ଯାନ ନିୟମକୁ ଅଧିକ ଉନ୍ନତ କରିବା ଦିଗରେ ଏଭଳି କରାଯାଇଛି। ଆଇଟି ଓ ଇଲେକଟ୍ରନିକ ସେବା ବ୍ୟବହାର କରି ଟ୍ରାଫିକ ନିୟମକୁ ଭଲ ଭାବେ ଲାଗୁ କରିବାରେ ସାହାଯ୍ୟ ମିଳିବ। ଏହା ସହ ଡ୍ରାଇଭରଙ୍କ ଚିନ୍ତା ମଧ୍ୟ କମିଯିବ।

   Related Posts