Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜୁଲାଇ ୧୯ରୁ ହଟିବ କୋଭିଡ କଟକଣା, ସାର୍ବଜନୀନ ସ୍ଥାନରେ ଏଣିକି ନୋ ମାକ୍ସ ଓ ନୋ ସାମାଜିକ ଦୂରତା

13/07/2021 at 11:49 AM

ନୂଆଦିଲ୍ଲୀ ୧୩/୭ : ଇଂଲଣ୍ଡରେ ଜୁଲାଇ ୧୯ରୁ ହଟିବ ସମସ୍ତ କୋଭିଡ୍ ପ୍ରତିବନ୍ଧକ । ଏନେଇ ଘୋଷଣା କରିଛନ୍ତି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଜନସନ କହିଛନ୍ତି ଯେ, ଏଣିକି ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା କୌଣସି ଆବଶ୍ୟକତା ନାହିଁ । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି ଯେ, କରୋନା ଟିକା ଭୂତାଣୁର ଗମ୍ଭୀର ଲକ୍ଷଣ ଠାରୁ ବର୍ତ୍ତିବା ପାଇଁ ସାହାଯ୍ୟ କରିବ ।

ଏନଏଚକେ ରିପୋର୍ଟ ମୁତାବକ, ହସ୍ପିଟାଲରେ ଭର୍ତ୍ତି ଏବଂ ମୃତ୍ୟୁ ସଂଖ୍ୟା ଜରି ରହିପାରେ । ଗତ ବର୍ଷ ଶୀତ ଦିନ ତୁଳନାରେ ଚଳିତ ବର୍ଷ ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିବ । ତେଣୁ ଏବେ ସାର୍ନଜନୀନ ସ୍ଥାନରେ ଏବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଆବଶ୍ୟକ ନାହିଁ । ତେବେ ଲୋକମାନେ ବ୍ୟକ୍ତିଗତ ରୂପରେ ସାବଧାନତା ରକ୍ଷା କରିବା ପାଇଁ ସେ ଅପିଲ କରିଛନ୍ତି ।

ସେ ପୁଣି କହିଛନ୍ତି ଯେ, ମହାମାରୀ ଶେଷ ହୋଇନି କି ତାର କୌଣସି ବିକଳ୍ପ ନାହିଁ । ଜୁଲାଇ ୧୯ ଠାରୁ ଆମେ ତୁରନ୍ତ ପୂର୍ବ ଭଳି ଜୀବନଶୈଳୀକୁ ଫେରିପାରିବା ନାହିଁ । ସେପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ସେମାନେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ସମସ୍ତ କଟକଣା ହଟାଇଦେଲେ ଏହା ପୁଣି ଥରେ ବିପଦକୁ ଟାଣି ଆଣିବ।

   Related Posts