Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କରୋନାର ଦ୍ଵିତୀୟ ଲହର ପାଇଁ ପୂରା ଦେଶରେ ଲାଗିପାରେ ଲକ୍‌ଡାଉନ୍‌ ? ଜାଣନ୍ତୁ ଓ୍ଵାର୍ଲ୍ଡ ବ୍ୟାଙ୍କକୁ କ’ଣ କହିଲେ ଅର୍ଥ ମନ୍ତ୍ରୀ ସୀତାରମଣ

14/04/2021 at 5:21 PM

ନୂଆଦିଲ୍ଲୀ ୧୪।୦୪: ୨୪ ଘଣ୍ଟାରେ ପ୍ରାୟ ୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ମନରେ ପୁଣି ଆଶଙ୍କା ପ୍ରକାଶ ପାଇଛି ଯେ, ଦେଶ କଣ ପୁନର୍ବାର ଲକ୍‌ଡାଉନ୍‌ ଅଭିମୁଖେ ଆଗକୁ ବଢୁଛି ? କଣ ସଂକ୍ରମଣ ରୋକିବା ପାଇଁ କିଛି ଉପାୟ ଅଛି। ଏହା ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ୍ଵାର୍ଲ୍ଡ ବ୍ୟାଙ୍କକୁ ଜଣାଇଛନ୍ତି ଯେ, ମୋଦୀ ସରକାର ଗତ ବର୍ଷ ପରି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଉପରେ ବିଚାର କରୁ ନାହାନ୍ତି। ଏଥର ସ୍ଥାନୀୟ କଣ୍ଟେନମେଣ୍ଟ ଜୋନ୍‌ରେ ହିଁ କଟକଣା ଲଗାଯାଉଛି।

ଓ୍ଵାର୍ଲ୍ଡ ବ୍ୟାଙ୍କ ଗ୍ରୁପର ଅଧ୍ୟକ୍ଷ ଡେଭିଡ୍ ମାଲପାସ୍ ସହିତ ମଙ୍ଗଳବାର ଏକ ଭର୍ଚୁଆଲ ବୈଠକ ସମୟରେ ସୀତାରମଣ କହିଛନ୍ତି, ସଂପ୍ରତି ସମଗ୍ର ଦେଶରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ର କୌଣସି ଅବକାଶ ନାହିଁ। ବୁଧବାର ଦେଶରେ ଏକ ଲକ୍ଷ ୮୪ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ ଏକ ହଜାରରୁ ଅଧିକ ଲୋକଙ୍କ ସଂକ୍ରମଣରେ ପ୍ରାଣହାନୀ ଘଟିଛି। ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ୧୫ ଦିନ ଯାଏଁ ୧୪୪ ଧାରା ଜାରି ରହିବ।

ଅର୍ଥ ମନ୍ତ୍ରଣାଳୟ ଟ୍ଵିଟ୍ କରିଛନ୍ତି ଯେ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମହାମାରୀର ଦ୍ଵିତୀୟ ଲହରକୁ ରୋକିବା ପାଇଁ ଭାରତ ପକ୍ଷରୁ ଉଠାଯାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ସୀତାରମଣ କହିଛନ୍ତି, ଦ୍ଵିତୀୟ ଲହର ପରେ ମଧ୍ୟ ଆମେ ବହୁତ ସ୍ପଷ୍ଟ ଯେ, ଦେଶରେ ବ୍ୟାପକ୍ ଭାବେ ଲକ୍‌ଡାଉନ୍‌ ଲାଗିବ ନାହିଁ। ଆମେ ସଂପୂର୍ଣ୍ଣ ଭାବେ ଅର୍ଥନୀତିକୁ ବନ୍ଦ କରି ପାରିବୁ ନାହିଁ। ସ୍ଥାନୀୟ ସ୍ତରରେ କଟକଣା ଲଗାଯାଇ ସଙ୍କଟର ମୁକାବିଲା କରାଯିବ। କିନ୍ତୁ ଏହା ସ୍ପଷ୍ଟ ଦେଶ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ ହେବ ନାହିଁ ବୋଲି ସୀତାରମଣ କହିଛନ୍ତି।

   Related Posts