Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ରୋଷେଇ କରିବା ବେଳେ ହାତରେ ମୁଦି, ଚୁଡି ପିନ୍ଧିବେ ନାହିଁ, ଲଗାଇବେ ନାହିଁ ନେଲପଲିସ୍: ଅଙ୍ଗନବାଡ଼ି ପାଚିକାଙ୍କ ପାଇଁ ଶିକ୍ଷା ମନ୍ତ୍ରାଳୟର ଗାଇଡଲାଇନ୍ସ

7/10/2020 at 5:28 PM

ନୂଆଦିଲ୍ଲୀ ୦୭/୧୦: ଦେଶରେ ସ୍କୁଲ ଅକ୍ଟୋବର ମଧ୍ୟଭାଗରୁ କ୍ରମବଦ୍ଧ ତରିକାରେ ଖୋଲିବାକୁ ଯାଉଛି। ଏଣୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବା ମିଡ-ଡେ’ ମିଲ୍ ହାଇଜେନିକ ତରିକାରେ ପ୍ରସ୍ତୁତ ହେବା ଦରକାର। ଏ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ବିତରଣ ପାଇଁ ପ୍ରୋଟୋକଲ ଜାରି କରିଛନ୍ତି। ଏହା ଦ୍ବାରା ସୁନିଶ୍ଚିତ କରାଯାଉଛି ଯେ ପିଲାଙ୍କ ଉତ୍ତମ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଆଯାଇ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ପରଷା ଯିବ।

ତେବେ ମଧ୍ୟାହ୍ନ ଭୋଜନ ରୋଷେୟା ରୋଷେଇ ସମୟରେ ହାତରେ ମୁଦି, ଚୁଡ଼ି କିମ୍ବା ନେଲପଲିସ ବ୍ୟବହାର କରିବେ ନାହିଁ। ଏହାକୁ ନିଶ୍ଚିତ କରିବା କାମ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର। ଏହା ସହ କେହି ବି ମିଡ-ଡେ’ ମିଲ କର୍ମଚାରୀ ଯେମିତି କରୋନାରେ ସଂକ୍ରମିତ ହୋଇ ନ ଥିବେ ତାହା ଉପରେ ନଜର ରଖାଯିବ। ରୋଷେଇ କରିବା ପୂର୍ବରୁ କୁକ୍‌ ଓ ହେଲପରଙ୍କୁ ନିଜର ଓ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ରିପୋର୍ଟ ସ୍କୁଲରେ ଦାଖଲ କରିବାକୁ ହେବ। ଏହା ସହ ସ୍କୁଲ ଭିତରକୁ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ ସେମାନେ କରାଇବେ। ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ରୋଷେଇ, ପରଷିବା ଓ ବିତରଣ ସମୟରେ କେହି ଘଣ୍ଟା, ମୁଦି ତଥା ଅନ୍ୟାନ୍ୟ ଜୁଏଲରି ବ୍ୟବହାର କରିବେ ନାହିଁ। ଏହା ସହ ନେଲପଲିସ ଓ ଆର୍ଟିଫିସଅଲ ନଖ ମଧ୍ୟ ବ୍ୟବହାର କରିବେ ନାହିଁ। କାରଣ ବିଦେଶୀ ଜିନିଷରେ ତାହା ତିଆରି ହୋଇଥାଇପାରେ। କେହି ବାହାରେ ପାନ ଛେପି କି ଛେପ ପକାଇାବେ ନାହିଁ। କୁକ୍ ଓ ହେଲପରଙ୍କୁ ପର୍ଯ୍ୟାପ୍ତ ପରିମାଣର ସଫା ପ୍ରୋଟେକ୍ଟିଭ୍ ଆପ୍ରୋନ ଓ ହେଡଗିୟର ଯୋଗାଇବାକୁ ନିର୍ଦେଶ ଦିଆଯାଇଛି। ସଫା ବାସନ ବ୍ୟବହାର କରିବାକୁ ମଧ୍ୟ ଏଥିରେ ନିର୍ଦେଶ ରହିଛି।

ଗାଇଡଲାଇନ୍ସରେ କୁହାଯାଇଛି ପନିପରିବାକୁ ହଳଦି ଓ ଲୁଣ ପାଣିରେ ପରିଷ୍କାର କରାଯିବ ନଚେତ ୫୦ପିପଏମ କ୍ଲୋରିନରେ ଭଲ ସ୍ବଚ୍ଛ ଜଳରେ ସଫା କରାଯିବ। ସାମଜିକ ଦୂରତ୍ବ ସହ ଯେମିତି ଖାଦ୍ୟ ପରଷାଯିବ ସେ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି। ଦରକାର ପଡ଼ିଲେ ପିଲାଙ୍କୁ କ୍ଲାସରୁମରେ ମଧ୍ୟ ଖାଦ୍ୟ ପରଷା ଯାଇପାରିବ। ତେବେ ଖାଦ୍ୟ ପଦାର୍ଥର ତାପାମାତ୍ର ଯେପରି ୬୫ ଡିଗ୍ରୀ ସେଲିସିୟସ ରହିବ। ରୋଷେଇ ସରିବାର ତୁରନ୍ତ ପରେ ଖାଦ୍ୟ ପିଲାଙ୍କୁ ଖାଇବାକୁ ଦିଆଯିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍ଖ କହିଛନ୍ତି ରାଜ୍ୟମାନଭ୍କୁ ସେମାନଙ୍କ ଗାଇଡଲାଇନ୍ସ ଅନୁଯାୟୀ ପ୍ରୋଟୋକଲ ପାଳନ କରିବେ।

   Related Posts