Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମ ନୁହେଁ ଏବେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅମିତ୍ ଶାହା କହିଲେ- କଣ ପାଇଁ ହେଲା ନୂତନ ନାମକରଣ

24/02/2021 at 3:34 PM

ଅହମ୍ମଦାବାଦ ୨୪।୦୨: ଗୁଜରାଟର ଅହମ୍ମଦାବାଦ ସ୍ଥିତ ମୋଟେରା ଷ୍ଟାଡିୟମ ଏବେ ବିଶ୍ଵର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମରେ ପରିଣତ ହୋଇଛି। କେବଳ ଏତିକି ନୁହେଁ ଷ୍ଟାଡିୟମର ପୁନଃନିର୍ମାଣ ସହିତ ଏବେ ଏହାର ନାମରେ ମଧ୍ୟ ପରିବର୍ତ୍ତନ ହୋଇଛି। ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମ ନୁହେଁ ଏହା ବର୍ତ୍ତମାନ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ନାମରେ ନାମିତ ହୋଇଛି। ଏ ପର୍ଯ୍ୟନ୍ତ କୋଲକାତାର ଇଡେନ ଗାର୍ଡେନ ଦେଶର ସବୁଠୁ ବଡ ଷ୍ଟାଡିୟମ ଥିଲା। ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦୀ ରଖାଯିବା ନେଇ ରାଜନୈତିକ ବିବାଦ ମଧ୍ୟ ହୋଇପାରେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଷ୍ଟାଡିୟମକୁ ଜନତା ପ୍ରତି ସମର୍ପିତ କରି କହିଛନ୍ତି, ଏହି ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଏହି ଷ୍ଟାଡିୟମ ବିଷୟରେ ଚିନ୍ତା କରିଥିଲେ। ସେହି ସମୟରେ ସେ ଗୁଜରାଟ କ୍ରିକେଟ୍ ଆସୋସିଏସନର ସଭାପତି ମଧ୍ୟ ଥିଲେ।

ସେ କହିଛନ୍ତି, ଏହି ଷ୍ଟାଡିୟମ ଇକୋ ଫ୍ରେଣ୍ଡଲୀ ବିକାଶର ମଧ୍ୟ ଏକ ଉଦାହରଣ ପାଲଟିବ। ରାଷ୍ଟ୍ରପତି ଗୃହ ମନ୍ତ୍ରୀ ଅମିତ୍ ଶାହା, ଗୁଜରାଟର ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁଙ୍କ ଉପସ୍ଥିତିରେ ଷ୍ଟାଡିୟମର ଉଦ୍‌ଘାଟନ କରିଛନ୍ତି। ଅମିତ୍ ଶାହା ଉଦ୍‌ଘାଟନ ସମୟରେ ଷ୍ଟାଡିୟମର ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ କଣ ପାଇଁ ରଖାଗଲା ଏହାର କାରଣ ମଧ୍ୟ କହିଛନ୍ତି।

ସେ କହିଛନ୍ତି, ଆମେ ଏହାର ନାମ ପ୍ରଧାନମନ୍ତ୍ରୀଙ୍କ ନାମରେ ରଖିବାକୁ ନିଷ୍ପତ୍ତି ନେଇଛୁ। କାରଣ ଏହା ନରେନ୍ଦ୍ର ମୋଦୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା। କେବଳ ଏତିକି ନୁହେଁ ଏହି ଅବସରରେ ସ୍ପୋର୍ଟ୍ସ ଏନକ୍ଲେଭ୍‌ର ମଧ୍ୟ ଶିଳାନ୍ୟାସ୍ କରିଛନ୍ତି। ଏହା ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ନାମରେ ନାମିତ ରହିବ। ଏହି ସ୍ପୋର୍ଟ୍ସ ଏନକ୍ଲେଭ୍‌ରେ ଫୁଟବଲ୍, ହକି, ବାସ୍କେଟବଲ୍, କବାଡି, ବକ୍ସିଂ ଓ ଲନ୍ ଟେନିସ ସମେତ ଅନେକ କ୍ରୀଡା ଆୟୋଜନ ହେବ।

   Related Posts