Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

କାଶ୍ମୀରରେ ଆଉ ରହିବ ନାହିଁ ଆତଙ୍କବାଦୀଙ୍କ ଭୟ, ଅତ୍ୟାଧୁନିକ ଯନ୍ତ୍ର UAVs ମାଧ୍ୟରେ ରଖାଯିବ କଡ଼ା ନଜର

26/09/2019 at 1:48 PM

ଶ୍ରୀନଗର୨୬|୯: ଆତଙ୍କବାଦୀ ପ୍ରଭାବିତ ଜାମ୍ମୁ-କାଶ୍ମୀର ଓ ମାଓପ୍ରବଣ ଅଞ୍ଚଳରେ ଏବେ ଅତ୍ୟାଧୁନିକ ଟେକନିକ ବ୍ୟବହାର କରି ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖାଯିବ। ଜାତୀୟ ସୁରକ୍ଷା ନିମନ୍ତେ ସୁରକ୍ଷା କର୍ମଚାରୀଙ୍କୁ ସରକାର ଏଭଳି ସୁବିଧା ଯୋଗାଇ ଦେବାଲାଗି ଯାଉଛନ୍ତି।

ଏଥିଲାଗି ଅତ୍ୟାଧୁନିକ ଟେକନିକର ମାନବରହିତ ଏୟାର ଭେହିକିଲ ୟୁଭିର ନୂଆ ମଡେଲର ପରୀକ୍ଷଣ ଓ ପାଇଲଟ ପ୍ରେଜେକ୍ଟ ପାଇଁ ମଞ୍ଜୁରି ମିଳିସାରିଛି। ଏହି ଅତ୍ୟାଧୁନିକ ଟେକ୍‌ନିକ୍‌ ବ୍ୟବହାର ଯୋଗୁଁ  ସୁରକ୍ଷା କର୍ମଚାରୀଙ୍କୁ ବହୁ ଫାଇଦା ଦେବ । ଏହି ଅତ୍ୟାଧୁନିକ ଯନ୍ତ୍ର ବ୍ୟବହାର ମାଧ୍ୟମ​‌ରେ ଅତି ସହଜରେ ମାଓମାଦୀ ଓ ଆତଙ୍କବାଦୀଙ୍କୁ ଦମନ କରଯାଇପାରିବ।

ସୂଚନାଯୋଗ୍ୟ ଯେ, ନୂଆ ୟୁଭି୪୦୦(uv400) ଏଣ୍ଡ ଜେନେସିସ୍ ଡିଫେନସ୍‌ କବୋଟ୍‌ ନେତ୍ରା ଫ୍ୟାମିଲି ଅଫ୍‌  ମଲ୍ଟି ରୋଟରୀ ସହ କିଛି ଅନ୍ୟ ୟୁଭିର ନୂଆ ସିରିଜର ବିକାଶ କରାଯାଇଛି। ଅତି ଶୀଘ୍ର ଏହା ବ୍ୟବହାର ହେବାଲାଗି ଯାଉଛି। ସେହିପରି ଏହି ଅତ୍ୟାଧୁନିକ ଯନ୍ତ୍ର ଯେକୌଣସି ପରିସ୍ଥିତରେ ବି କାମ କରିବ। ଏପରିକି ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବାରେ ଏହି ଯନ୍ତ୍ର ସକ୍ଷମ ହେବ।

   Related Posts