Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାନପୁର : ଘରେ କେହି ନଥିବା ବେଳେ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲା ପ୍ରେମିକ, କୁରାଢୀରେ ହାଣି ଉଭୟଙ୍କୁ ମାରିଦେଲେ କଂସେଇ ବାପା
  • ||
  • ଲକ୍ଷ୍ମୀପୁର ଖେରି : ଭଣଜା ହାତ ରନ୍ଧା ଚିକେନ୍ ତରକାରୀ ପସନ୍ଦ ଆସିଲାନି ମାମୁଁକୁ, ପିଟି ପିଟି ମାରିଦେଲା ଭଣଜା
  • ||
  • ଖଲ୍ଲିକୋଟ : ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ, ରିପୋର୍ଟ ପଜିଟିଭ୍ ଆସିଲେ ମିଳିବନି ଅନୁମତି
  • ||
  • ନୂଆଦିଲ୍ଲୀ : ମାଲାୟାଲମ୍‌ର ପ୍ରସିଦ୍ଧ ଅଭିନେତା ପିସି ଜର୍ଜଙ୍କ ପରଲୋକ, ପୋଲିସ ଚାକିରୀରୁ ଅବସର ନେବାପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ
  • ||
  • ସାନଖେମୁଣ୍ଡି : କେଇ ଘଣ୍ଟାରେ ଆଗପଛ ହୋଇ ଚାଲିଗଲେ ମା’-ଝିଅ : କରୋନା ଭୟରେ ପାଖ ମାଡିଲେନି ସାହି-ପଡିଶା, ପ୍ରଶାସନର ହସ୍ତକ୍ଷେପ ପରେ ହେଲା ଶବ ସତ୍କାର
  • ||
  • ଭୁବନେଶ୍ବର : କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ଓଡିଶାରେ ଅତିରିକ୍ତ ୧୯ଟି ପିଏସଏ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ଅନୁରୋଧ
  • ||
  • ଶାହାଜାହାନପୁର : ମାତ୍ର ୧୭ ମିନିଟ୍‌ରେ ସମ୍ପନ୍ନ ହେଲା ବିବାହ, ଯୌତୁକରେ ବର ନେଲେ କେବଳ ଏହି ଜିନିଷ
  • ||
  • ଜେଲରେ ଗ୍ୟାଙ୍ଗଓ୍ୱାର, ଆଖିବୁଜା ଗୁଳିମାଡ କଲେ କଏଦୀ, ୩ ମୃତ
  • ||
  • ଢେଙ୍କାନାଳ : ରାସ୍ତା ପାର ହେବାବେଳେ ଧକ୍କା ଦେଲା ବାଇକ୍, ହସ୍ପିଟାଲରେ ଶ୍ରମିକଙ୍କ ମୃତ୍ୟୁ
  • ||
  • ଢେଙ୍କାନାଳ : ମର୍ମନ୍ତୁଦ ଦୁର୍ଘଟଣା, ଟାଟା ଏସିଇକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ, ଡ୍ରାଇଭର ଗୁରୁତର
  • ||

ଏଣିକି ବ୍ୟାନ୍‌ ହୋଇପାରିବ ଟ୍ରମ୍ପଙ୍କ ଟ୍ବିଟ୍‌ର ଆକାଉଣ୍ଟ, ବିଶେଷାଧିକାର ଛିନ୍ନ କରିବ ଟ୍ବିଟ୍‌ର

8/11/2020 at 8:16 PM

ନୂଆଦିଲ୍ଲୀ ୮/୧୧:  ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍‌ ଦେଇ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍‌। ଏବେ ଟ୍ରମ୍ପ ରାଷ୍ଟ୍ରପତି ନୁହେଁ ବରଂ ପୂର୍ବତନ ରାଷ୍ଟ୍ରପତି ଭାବେ ଜଣାଯିବେ । ଜାନୁଆରୀରେ ବାଇଡେନ୍‌ କାର୍ଯ୍ୟଭାର ସମ୍ଭାଳିବା ପରେ ଟ୍ରମ୍ପଙ୍କ ପାଇଁ ଥିବା ବିଭିନ୍ନ ବିଶେଷାଧିକାର ପ୍ରତ୍ୟାହାର କରିନିଆଯିବ।

ଟ୍ରମ୍ପଙ୍କୁ ଦେଇଥିବା ବିଶେଷାଧିକାର ଜାନୁଆରୀରେ ଛିନ୍ନ କରିବ ଟ୍ବିଟର। ଟ୍ରମ୍ପ ବିଭିନ୍ନ ସମୟରେ ବିବାଦୀୟ ଟ୍ବିଟ୍‌ ପାଇଁ ଚର୍ଚ୍ଚାକୁ ଆସନ୍ତି। ତାଙ୍କୁ ପ୍ରୋଟେକ୍ଟ କରେ ଟ୍ବିଟ୍‌ର। ଟ୍ରମ୍ପଙ୍କ ଦ୍ବାରା କରାଯାଇଥିବା ବିବାଦୀୟ ଟ୍ବିଟ୍‌କୁ ଟ୍ବିଟ୍‌ର ନିଜେ ମାର୍ଜିତ କରେ ବା ମ୍ୟୁଟ୍‌ କରିଦିଏ। କିନ୍ତୁ ସେହି ଟ୍ବିଟ୍‌ ଡିଲିଟ କରାଯାଏ  ନାହିଁ। କିନ୍ତୁ ଏବେ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ୟାନ୍‌ କରିପାରିବ ଟ୍ବିଟ୍‌ର।

ଟ୍ବିଟର  ବଡ଼ ବଡ଼ ନେତା ଯେଉଁମାନଙ୍କର ୨୫୦,୦୦୦ରୁ ଅଧିକ ଫଲୋଅର ଥାନ୍ତି ସେମାନଙ୍କୁ କିଛି ବିଶେଷ ଅଧିକାର ଦେଇଥାଏ। ଯାହା ଦ୍ବାରା ସମ୍ପୃକ୍ତ ନେତାଙ୍କ ଭୁଲକୁ ବି ଟ୍ବିଟ୍‌ର ଘୋଡ଼ାଇ ଦେବାକୁ ଚେଷ୍ଟା କରାଯାଏ। କିନ୍ତୁ ଏହା ସମସ୍ତଙ୍କ କ୍ଷେତ୍ରରେ ପ୍ରାୟତଃ ଲାଗୁ କରାଯାଏ ନାହିଁ।

ରାଷ୍ଟ୍ରପତି ଥିବା ସମୟରେ ଟ୍ରମ୍ପଙ୍କ ୧୨ ଏଭଳି ବିବାଦୀୟ ଟ୍ବିଟ୍‌କୁ ଟ୍ବିଟ୍‌ର ପକ୍ଷରୁ ମ୍ୟୁଟ୍‌ କରାଯାଇଛି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଡିଲିଟ୍‌ କରାଯାଇନାହିଁ। ତେବେ ଏହି ସ୍ବତନ୍ତ୍ର ସେବାକୁ ପ୍ରତ୍ୟାହାର କରିନେବ ଟ୍ବିଟର। ଏହାସହ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଥିବା ଟ୍ବିଟ୍‌ର ଆକାଉଣ୍ଟ ପ୍ଲୋଟୁସ୍‌, ଫ୍ଲୋଟୁସ୍‌ ଓ ହ୍ବାଇଟ୍‌ ହାଉସ୍‌କୁ ବାଇଡେନ୍‌ ସରକାରଙ୍କୁ ଜାନୁଆରୀରେ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।  

   Related Posts