ଆସନ୍ତା ସପ୍ତାହେ ଯାଏଁ ବର୍ଷାର ସମ୍ଭାବନା ନାହିଁ

Published By : Prameya-News7 Bureau | July 29, 2018 IST

ରାଜ୍ୟରେ ବର୍ତ୍ତମାନ ବର୍ଷାର କୌଣସି ସମ୍ଭାବନା ନାହିଁ | ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଖରାଟିଆ ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ କହିଛି | ଅଗଷ୍ଟ ୫ ରୁ ୬ ମଧ୍ୟରେ କେତେକ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ | ବିହାର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି | ତେବେ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ | ଉତ୍ତର ଓଡିଶାରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି | ତେବେ ଲଗାଣ ବର୍ଷା ନହୋଇ ହାଲୁକା ବର୍ଷା ହେବ ବୋଲି ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.