ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିନାହିଁ, ୨ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର: ତଥ୍ୟ ଲୁଚାଇଥିବାରୁ ଉଜବେକିସ୍ତାନ ଫେରନ୍ତାଙ୍କ ନାମରେ ମାମଲା

Published By : Prameya-News7 Bureau | March 23, 2020 IST

ଭୁବନେଶ୍ୱର,୨୩।୩: ରାଜ୍ୟରେ ଆଉ ବଢିନି କରୋନା ପଜିଟିଭ୍ ସଂଖ୍ୟା । ୨ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆଜି ସୁଦ୍ଧା ପରୀକ୍ଷା ପାଇଁ ପଠାଯାଇଥିବା ୮୫ ନମୁନା ମଧ୍ୟରୁ ୮୩ ନେଗେଟିଭ୍ ଏବଂ ୨ ଟି ପଜିଟିଭ୍ ଚିହ୍ନଟ ହୋଇଛି । କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୩୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଣିକି କ୍ବାରାଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର । କରୋନା ସଂକ୍ରମଣ ରୋକିବାକୁ ସରକାର ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଅନ୍ୟ ଏକ ଘଟଣାକ୍ରମରେ ଉଜବେକିସ୍ତାନରୁ ଆସିଥିବା ଜଣେ ବ୍ୟକ୍ତି ସରକାରଙ୍କ COVID-19 ନିୟକକୁ ଉଲ୍ଲଘଂନ କରିଥିବାରୁ ତାଙ୍କ ନାଁରେ ସମ୍ବଲପୁର ଧନୁପାଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି ।ସେପଟେ କରୋନା ମୁକାବିଲାକୁ ଆହୁରି କଡାକଡି କରାଯାଇ  ରାଜ୍ୟରେ ଆଉ ୯ ଜିଲ୍ଲାକୁ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଆଉ ୯ ଜିଲ୍ଲାରେ ଲକଡାଉନ୍, ବନ୍ଦ ହେଲା ବସ୍ ସେବା

ମଙ୍ଗଳବାର ସକାଳ ୭ଟାରୁ ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲା ସଂପୂର୍ଣ୍ଣ ଲକ୍ ଡାଉନ୍ ରହିବ । ପୂର୍ବରୁ ୫ ଟି ଜିଲ୍ଲାକୁ ମିଶାଇ ଆସନ୍ତାକାଲି ଠାରୁ  ୧୪ ଜିଲ୍ଲା ମାର୍ଚ୍ଚ ୩୧ ଯାଏ ଲକ୍ ଡାଉନରେ ରହିବ । ମଙ୍ଗଳବାର ସକାଳ ୧୧ ଟାରୁ ରାଜ୍ୟର ସବୁ ବସ ଚଳାଚଳ ବନ୍ଦ ରହିବ । ସିଟି ବସ ସେବା ଆଜି ମଧ୍ୟ ରାତ୍ରରୁ ସାରା ରାଜ୍ୟରେ ବନ୍ଦ ରହିବ ।

କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଳାପାଳମାନଙ୍କୁ ଅଧିକ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୭୨୭୬ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛି । ସମସ୍ତେ PHC, CHC ରେ ୨୪ ଘଣ୍ଟା ବିଜୁଳି ପାଣି ଏବଂ ଅତ୍ୟାବଶ୍ୟକ ସେବା ଜାରି ରଖିବାକୁ ବିଡିଓମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଛି । ସବୁ ଅଙ୍ଗନବାଡି କେନ୍ଦ୍ର ଏପ୍ରିଲ ୩୦ ଯାଏ ବନ୍ଦ ରହିବ । ଏହି ସମୟରେ ଛତିଆ, ଲଡୁ, ସୁଖିଲା ଖାଦ୍ୟା ହିତାଧିକାରୀଙ୍କ ଘରେ ପହଞ୍ଚାଇବେ ଅଙ୍ଗନବାଡି କର୍ମୀ । ପ୍ରତି ସପ୍ତାହରେ ଅଣ୍ଡା ବଣ୍ଟନ କରାଯିବ ।

{"id":243173,"width":749,"height":550,"sizeSlug":"large"}

ସରକାରୀ କାର୍ଯ୍ୟଳୟକୁ କେତେ ସଂଖ୍ୟକ କର୍ମଚାରୀ ଆସିବେ ସେ ନେଇ ଘୋଷଣା କରିଛନ୍ତି ସରକାର । କ୍ରିଟିକାଲ ବିଭାଗ ଗୁଡିକରେ ୫୦ ପ୍ରତିଶତ, ଆଶିଂକ କ୍ରିଟିକାଲ ବିଭାଗରେ ୧୦ ପ୍ରତିଶତ କର୍ମଚାରୀ ଏବଂ ନନ୍ କ୍ରିଟିକାଲ ବିଭାଗରେ ସଂପୂର୍ଣ୍ଣ ଛୁଟିରେ ରହିବେ କର୍ମଚାରୀ । ସେହିଭଳି କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବ୍ୟାଙ୍କ ଏବଂ ବୀମା କମ୍ପାନୀ ଆଦିରେ ୧୦ ପ୍ରତିଶତ ଷ୍ଟାଫ କାମ କରିବେ । ରାଜ୍ୟରେ କିଭଳି କରୋନା ମହାମାରୀ  ରୂପ ନନେବ,  ସ୍ବାସ୍ଥ୍ୟ ବ୍ୟବସ୍ଥା ବାହାରେ ସ୍ବଳ୍ପ ସମୟ ଭିତରେ କିଭଳି ଅଧିକ ସାଧନ କରାଯାଇ ପାରିବ ସେ ନେଇ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.