Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଆଉ ଆସୁ ନାହାନ୍ତି ରୋଗୀ, ଆସନ୍ତା ସପ୍ତାହରେ ବନ୍ଦ ହେବ ଦେଶର ସବୁଠୁ ବଡ କୋଭିଡ୍ ସେଣ୍ଟର

23/02/2021 at 11:02 PM

ନୂଆଦିଲ୍ଲୀ ୨୩।୦୧: ଗୃହ ମନ୍ତ୍ରଣାଳୟ ଭାରତର ସବୁଠୁ ବଡ କୋଭିଡ୍ କେୟାର ସେଣ୍ଟର ସର୍ଦ୍ଦାର ପଟେଲ୍ କୋଭିଡ୍ କେୟାର ସେଣ୍ଟର ଆଣ୍ଡ ହସ୍ପିଟାଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଏନସିଆରରେ କରୋନା ସ୍ଥିତିରେ ଆସିଥିବା ସୁଧାର ଏବଂ ରୋଗୀଙ୍କ ହ୍ରାସ କାରଣରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଭାରତ-ତିବ୍ବତ ସୀମା ପୋଲିସ(ଆଇଟିବିପି)ର ମହାନିର୍ଦ୍ଦେଶକ ଏସଏସ ଦେଶବାଲ କହିଛନ୍ତି, ଗୃହ ମନ୍ତ୍ରଣାଳୟ କୋଭିଡ୍ ସେଣ୍ଟର ବନ୍ଦ କରିବାକୁ ମଞ୍ଜୁରୀ ଦେଇଛନ୍ତି ଏବଂ ଏହାକୁ ଆଗାମୀ ସପ୍ତାହରେ ବନ୍ଦ କରି ଦିଆଯିବ। ଗୃହ ମନ୍ତ୍ରଣାଳୟ ଡିଆରଡିଓ ଦ୍ଵାରା ସ୍ଥାପିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ କୋଭିଡ୍ ହସ୍ପିଟାଲ ଦିଲ୍ଲୀ କ୍ୟାଣ୍ଟ(ଏସଭିବିପି)କୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦେଶବାଲ କହିଛନ୍ତି, ସର୍ଦ୍ଦାର ପଟେଲ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସାଧୀନ ରୋଗୀ ସୁସ୍ଥ ହେବା ପରେ ଏହାକୁ ବନ୍ଦ କରି ଦିଆଯିବ। ଗତ ଦୁଇ ମାସ ହେବ ଏଠାକୁ ରୋଗୀଙ୍କ ଆସିବ ସଂଖ୍ୟା ଅହେତୁକ ହ୍ରାସ ଘଟିଛି। ତେଣୁ ସ୍ଥିତି ଦେଖି ଏବଂ ବିଚାର ବିମର୍ଶ ପରେ ଏହି ସେଣ୍ଟରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସର୍ଦ୍ଦାର ପଟେଲ୍ କୋଭିଡ୍ କେୟାର ସେଣ୍ଟରରେ ୬୦ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏହି ସବୁ ରୋଗୀଙ୍କୁ ଛୁଟି ଦେବା ପରେ ହସ୍ପିଟାଲକୁ ବନ୍ଦ କରାଯିବ।

ସେ ଏହା ମଧ୍ୟ କହିଛନ୍ତି ଯେ, ଏବେ ଆଉ କୌଣସି ନୂତନ ରୋଗୀଙ୍କୁ ଏଠାରେ ଆଡମିଟ୍ କରାଯିବ ନାହିଁ। କାରଣ ରାଜଧାନୀରେ ସ୍ଥିତ ହସ୍ପିଟାଲ ପ୍ରତି ଦିନ ଆସୁଥିବା ନୂତନ କେସ୍‌ର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଅଟେ। କିନ୍ତୁ ଆବଶ୍ୟକ ପଡିଲେ ଏହାକୁ ଆମେ ତୁରନ୍ତ ଆରମ୍ଭ କରି ପାରିବୁ ବୋଲି ଆଇଟିବିପି ମୁଖ୍ୟ କହିଛନ୍ତି।

   Related Posts