Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ରାଜ୍ୟରେ ଜଗୁଆଳୀବିହୀନ ରେଳ ଫାଟକ ଆଉ ନାହିଁ ; ୨୧୦୪ ରୁ ୨୦୧୯ ମଧ୍ୟରେ ୭ଟି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ

6/06/2019 at 7:14 PM

କଟକ୬|୬: ରାଜ୍ୟରେ ଜଗୁଆଳୀବିହୀନ ରେଳ ଫାଟକ ଆଉ ନାହିଁ । ଇଷ୍ଟକୋଷ୍ଟ ରେଳବାଇ ଅଧିନରେ ସମସ୍ତ ଫାଟକରେ ଜଗୁଆଳୀ ବ୍ୟବସ୍ଥା କରାଯାଇଛି । ତଥାପି ସଚେତନତା ଅଭାବରୁ ରେଳ ଫାଟକରେ ଦୁର୍ଘଟଣା ଘଟୁଛି । ଏବେ ବ୍ୟାପକ ସଚେତନତା ମାଧ୍ୟମରେ ରେଳ ଫାଟକରେ ଦୁର୍ଘଟଣା ରୋକିବାକୁ ଇଷ୍ଟକୋଷ୍ଟ ରେଳବାଇ ପ୍ରୟାସ ଆରମ୍ଭ କରିଛି । ଆଜି ଅନ୍ତର୍ଯାତୀୟ ଲେଭେଲ୍‌କ୍ରସିଂ ସଚେତନତା ଦିବସରେ ଏପରି ପ୍ରୟାସ ଆରମ୍ଭ କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ….

ଜଗୁଆଳୀବିହୀନ ରେଳ ଫାଟକ ଅନେକ ରେଳ ଦୁର୍ଘଟଣାର ମୂଳ କାରଣ ପାଲଟିଥିଲା। ତେବେ ପର୍ଯ୍ୟାୟକ୍ରମେ ରେଳ ବିଭାଗ ଜଗୁଆଳୀବିହୀନ ରେଳ ଫାଟକରେ ଜଗୁଆଳୀ ବ୍ୟବସ୍ଥା କରିଛନ୍ତି । ୨୦୧୪ ମସିହାରେ ଇଷ୍ଟକୋଷ୍ଟ ରେଲଓ୍ୱେ ୧୦୦ଟି ଜଗୁଆଳୀବିହୀନ ରେଳ ଫାଟକ ଉଚ୍ଛେଦ କରିଥିବା ବେଳେ, ୨୦୧୫-୧୬ ରେ ୧୧୨ଟି,୨୦୧୬-୧୭ରେ ୧୨୮ଟି  ଓ ୨୧୦୭-୧୮ରେ ୬୮ଟି ଜଗୁଆଳୀବିହୀନ ରେଳ ଫାଟକ ଉଚ୍ଛେଦ କରିଛି ଇଷ୍ଟକୋଷ୍ଟ ରେଳବାଇ । ୨୦୧୮-୧୯ରେ ଆଜି ପର୍ଯ୍ୟନ୍ତ ୧୧୭ଟି ଜଗୁଆଳୀବିହୀନ ରେଳ ଫାଟକ କର୍ତ୍ତୃପକ୍ଷ ଉଚ୍ଛେଦ କରିଛନ୍ତି । ଇଷ୍ଟକୋଷ୍ଟ ରେଳବାଇର ତଥ୍ୟ ଅନୁସାରେ ଏହା ଅଧିନରେ ଆଉ ଜଗୁଆଳୀବିହୀନ ରେଳ ଫାଟକ ନାହିଁ ।

ଇଷ୍ଟକୋଷ୍ଟ ରେଳବାଇ ଅଧିନରେ ୨୧୦୪ ରୁ ୨୦୧୯ ମଧ୍ୟରେ ଜଗୁଆଳୀବିହୀନ ଫାଟକରେ ୭ଟି ଦୁର୍ଘଟଣା ଘଟିଛି, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ବିଶେଷ କରି ସଚେତନତା ଅଭାବରୁ ଏଭଳି ଦୁର୍ଘଟଣା ଘଟୁଥିବା ତଦନ୍ତରୁ ଜଣା ପଡିଛି । ତେଣୁ ଆଜି ଅନ୍ତର୍ଜାତୀୟ ଲେଭେଲ୍‌କ୍ରସିଂ ସଚେତନତା ଦିବସ ଅବସରେ ଲେଭେଲ୍‌କ୍ରସିଂ ରେ ଦୁର୍ଘଟଣା କମାଇବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି ଇଷ୍ଟକୋଷ୍ଟ ରେଲଓ୍ୱେ ।

ଲେଭେଲ୍‌କ୍ରସିଂ ନିକଟରେ ସଚେତନତା ସହ ନୁକଡ ନାଟକ ମାଧ୍ୟମରେ ରେଳବାଇ କର୍ତ୍ତୃପକ୍ଷ ଲେଭେଲ୍‌କ୍ରସିଂ ଅତିକ୍ରମ ବେଳେ ବା ଲେଭେଲ୍‌କ୍ରସିଂ ବନ୍ଦ ଥିବା ବେଳେ କିଭଳି ଆଚରଣ ପ୍ରଦର୍ଶନ କରିବେ , ସେ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଯାଇଛି । ଏଭଳି ସଚେତନତା ଅଭିଯାନର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ।

ଆମ ଦେଶରେ ୨୦୧୪-୧୫ ମସିହାରେ ଲେଭେଲ୍‌କ୍ରସିଂ ନିକଟରେ ୫୬ ଟି ଦୁର୍ଘଟଣା ଘଟିଥିବା ବେଳେ, ୨୦୧୫-୧୬ ରେ  ୩୫ଟି ,, ସେହିପରି ୨୦୧୬-୧୭ ରେ ୨୦ଟି  ,୨୦୧୭-୧୮ ରେ ୧୩ ଟି  ଓ ୨୦୧୮-୧୯ରେ ଲେଭେଲକ୍ରସିଂ ରେ ୨୬ ଟି ଦୁର୍ଘଟଣା ଘଟିଥିଲା…..

   Related Posts