ମୋଦିଙ୍କ ଟର୍ମର ଶେଷ ସାଧାରଣତନ୍ତ୍ର ଦିବସ: ବାଜିବ ନାହିଁ ଇଂରେଜ ସମୟର ମାର୍ଶାଲ ଟ୍ୟୁନ, ହେବ ଶଂଖନାଦ

Published By : Prameya-News7 Bureau | January 25, 2019 IST

ଦିଲ୍ଲୀ ୨୫/୧ : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ବ୍ରିଟିଶ ଶାସନ କାଳରୁ ବଜା ଯାଉଥିବା ମାର୍ଶାଲ ଟ୍ୟୁନ ଆଉ ବାଜିବନହିଁ | ଏଥର ରାଜପଥରେ ବାଜିବ ଭାରତର ପାରମ୍ପରିକ ଶଂଖଧ୍ବନି | ମୋଦି ସରକାରଙ୍କ ଶାସନ କାଳର ଶେଷ ସାଧାରଣତନ୍ତ୍ର ଦିବସ ଏ ଦୃଷିରୁ ସ୍ମରଣୀୟ ହେବ | କାରଣ ଏଥର ରାଜପଥରେ ଇଂରେଜ ସସନାକାଳରୁ ବାଜୁଥିବା ମାର୍ଶାଲ ଟ୍ୟୁନ ବଦଳରେ ଇଣ୍ଡିଆନ ଟ୍ୟୁନ ବାଜିବ | ଏଥର ଶାସ୍ତ୍ରୀୟ ସଂଗୀତରେ ପ୍ରସ୍ତୁତ ଶଙ୍ଖନାଦ ଶୁଣିବାକୁ ମିଳିବ | ନାଗପୁରର ଡାକ୍ତର ତନୁଜା ନାଫଡେ ଏହି ସ୍ୱର ପ୍ରସ୍ତୁତ କରିଛନ୍ତି | ପ୍ରତିବର୍ଷ ଆର୍ମି ଯବାନ ଟ୍ୟୁନ ପ୍ରସ୍ତୁତ କରିଥାନ୍ତି | କିନ୍ତୁ ପ୍ରଥମଥର ପାଇଁ ଭାରତୀୟ ସେନା ବାହାରିଆ ବ୍ୟକ୍ତିଙ୍କୁ ସ୍ୱର କରିବା ଦାୟିତ୍ୱ ଦିଆଯାଇଛି |

{"id":77842}


ଭାରତୀୟ ସେନାରେ ଏଯାବତ ପାଶ୍ଚାତ୍ୟ ସ୍ୱର ହିଁ ବାଜୁଥିଲା | ଯବାନମାନଙ୍କୁ ପାଶ୍ଚାତ୍ୟ ସ୍ୱରରେ ତାଳ ଦେଇ ଚାଲିବାକୁ ଶିକ୍ଷା ଦିଆଯାଉଥିଲା | ଏ ପର୍ଯ୍ୟନ୍ତ ପାଶ୍ଚାତ୍ୟ ସଂଗୀତର ଅନୁକରଣରେ ଧୂନ କରାଯାଉଥିଲା | ମହାର ରେଜମେଣ୍ଟରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା | ସେତେବେଳେ ଜେନେରାଲ ଓକ ଡାକ୍ତର ତନୁଜା ନାଫଡେଙ୍କ ସହ ସମ୍ପର୍କ କରିଥିଲେ ଏବଂ ଇଣ୍ଡିଆନ ସ୍ୱର ପ୍ରସ୍ତୁତ କରିବା ପାଇଁ କହିଥିଲେ |

{"id":77843}


ଅବସରପ୍ରାପ୍ତ ବ୍ରିଗେଡିୟର ଵିଵେକ ସୋହେଲ 'ଦେଶ କୋ ଆଞ୍ଚ ନା ଆୟେ' ନାମକ ଗୀତ ରଚନା କରିଛନ୍ତି | ଏହି ଗୀତକୁ ସଂଗୀତରେ ସଜାଇଛନ୍ତି ଡାକ୍ତର ତନୁଜା ନାଫଡେ | ଏହି ସ୍ୱର ସେନା ପାଇଁ ବହୁତ ଖାସ ବୋଲି ସେ କହିଛନ୍ତି | ଭାରତୀୟ ସେନା ରାଜପଥରେ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସ୍ୱରରେ ସଂଗୀତ ପରିବେଷଣ କରିବ | ଡାକ୍ତର ତନୁଜା କହିଛନ୍ତି ଯେ, ଏହି ସ୍ୱର ପ୍ରସ୍ତୁତ କରିବ ତାଙ୍କ ପାଇଁ ଏକ ଚେତାବନୀ ସଦୃଶ ଥିଲା | ଭାରତୀୟ ଶାସ୍ତ୍ରୀୟ ସଂଗୀତ ଏବଂ ପାଶ୍ଚାତ୍ୟ ହାର୍ମନୀକୁ ମିଶାଇ ସେ ଏହି ସ୍ୱର ପ୍ରସ୍ତୁତ କରିଛନ୍ତି | ସଂଗୀତ ମାଧ୍ୟମରେ ଭାରତୀୟ ସେନା ପ୍ରତି ତାଙ୍କର ଅବଦାନ ପାଇଁ ସେ ବହୁତ ଖୁସି ବୋଲି କହିଥିଲେ | ତାଙ୍କ ଅବଦାନ ପାଇଁ ସେ ଗର୍ବିତ ବୋଲି କହିଛନ୍ତି ଡାକ୍ତର ତନୁଜା |

{"id":77844}


ଏହି ସ୍ୱର ପ୍ରସ୍ତୁତ କରିବ ପାଇଁ ୩୬ କଳାକାର ଆବଶ୍ୟକ ଥିଲା | ଡାକ୍ତର ତନୁଜା ସମସ୍ତ କଳାକାରଙ୍କୁ ଲଗାତାର ଅଭ୍ୟାସରେ କରାଇଥିଲେ | ସେ କହିଛନ୍ତି ଯେ, ଭାରତୀୟ ସେନାରେ ପାଶ୍ଚାତ୍ୟ ସ୍ୱର ପ୍ରସ୍ତୁତ କରୁଥିବା କଳାକାର ଅଛନ୍ତି | ସେହି କଳାକାରଙ୍କୁ ଶାସ୍ତ୍ରୀୟ ସ୍ୱର ଶିଖାଇବା ବହୁତ କଷ୍ଟସାଧ୍ୟ ଥିଲା | କିନ୍ତୁ ସେନା କଳାକାର ବହୁତ ଶୀଘ୍ର ସ୍ୱର ଧରିଥିଲେ ଏବଂ ବହୁତ ଶୀଘ୍ର ସ୍ୱର ପ୍ରସ୍ତୁତ ହୋଇଯାଇଥିଲା |

{"id":77846}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.