ନୂଆ ନିୟମ : ଆଉ ମିଳିବ ନାହିଁ ଫ୍ରି ଇଂକମିଙ୍ଗ କଲର ସୁବିଧା, ଜାଣନ୍ତୁ ମାସକୁ କେତେ କରିବେ ରିଚାର୍ଜ

Published By : Prameya-News7 Bureau | November 20, 2018 IST

ଭୁବନେଶ୍ୱର ୨୦/୧୧ : ଟେଲିକମ କମ୍ପାନୀମାନେ ମୋବାଇଲ ବ୍ୟବହାରକାରୀ ଉପଭୋକ୍ତାଙ୍କୁ ଏକ ବଡ ଝଟକା ଦେଇଛନ୍ତି ଧୀରେ କରି | ଦୀର୍ଘ ବର୍ଷ ହେଲା ଉପଭୋକ୍ତାଙ୍କୁ ଦିଆଯାଇଥିବା ଫ୍ରି ଇଂକମିଙ୍ଗ କଲ ସୁବିଧା ଏବେ ସବୁ ଟେଲିକମ କମ୍ପାନୀ ଏକାଠି ହୋଇ ବନ୍ଦ କରିଦେଇଛନ୍ତି | ଏବେ ଉପଭୋକ୍ତାମାନେ ଇଂକମିଙ୍ଗ କଲ କାର୍ଯ୍ୟକୁ ପ୍ରତି ମାସ(୨୮ଦିନ) ଅତି କମରେ ୩୫ ଟଙ୍କା ରିଚାର୍ଜ କରିବାକୁ ପଡିବ | ଏହା ନକଲରେ ଆଉଟ ଗୋଇଙ୍ଗ ଓ ଇଂକମିଙ୍ଗ କଲ ଉଭୟ ବନ୍ଦ ହୋଇଯିବ | ସୂଚନାଯୋଗ୍ୟ ଯେ, ଗୋଟେ ସମୟ ଥିଲା ଯେତେବେଳେ ଟେଲିକମ କମ୍ପାନୀମାନେ ଇଂକମିଙ୍ଗ କଲ ପାଇଁ ପ୍ରତି ମିନିଟ ପିଛା ଚାର୍ଜ ନେଉଥିଲା | ସେହିଭଳି ଇଣ୍ଟରନେଟ ଚାର୍ଜ ମଧ୍ୟ ମହଙ୍ଗା ଥିଲା | ତେବେ ପ୍ରତିଯୋଗିତା ବଢିବା ଫଳରେ ଟେଲିକମ କମ୍ପାନୀମାନେ ଇଂକମିଙ୍ଗ କଲ ସମ୍ପୂର୍ଣ ମାଗଣା ବୋଲି ଘୋଷଣା କରିବା ସହ ଇଣ୍ଟରନେଟ ପ୍ୟାକର ଦାମ ମଧ୍ୟ ହ୍ରାସ ପାଇଥିଲା | ଇଣ୍ଟରନେଟ ପ୍ୟାକର ଦାମ କମିବା ଫଳରେ ଏବେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ବ୍ୟାପକଭାବେ ବୃଦ୍ଧି ପାଉଛି | ସାଧାରଣ ଉପଭୋକ୍ତାଙ୍କ ପାଇଁ ଭଏସ କଲ ମଧ୍ୟ ଏକ ପ୍ରକାର ମାଗଣା ହୋଇଯାଇଥିଲା କହିଲେ ଚଳେ | ୩୦-୪୦ ବର୍ଷ ବୈଧତା ସମ୍ପନ୍ନ ସିମ ମଧ୍ୟ ବଜାରରେ ଉପଲବ୍ଧ ହୋଇଥିଲା | ଏବେ ଏମିତି ବହୁ ଉପଭୋକ୍ତା ଅଛନ୍ତି ଯେଉଁମାନେ କେବଳ ଇଂକମିଙ୍ଗ କଲ ପାଇଁ ମୋବାଇଲ ରଖୁଛନ୍ତି | ପ୍ରଥମଥର ୧୦ରୁ ୨୦ ଟଙ୍କାର ରିଚାର୍ଜ କରିଦେଇ ମୋବାଇଲକୁ ସୋ ପିସ ଭଳି ରଖିଛନ୍ତି | ତେବେ ବର୍ତ୍ତମାନ ଏଭଳି ସୁବିଧା ସବୁ କମ୍ପାନୀ ବନ୍ଦ କରିସାରିଛନ୍ତି | ଦୋକାନକୁ ଯିବାରୁ ଜଣାପଡିଛି ଯେ, ଏବେ ଇଂକମିଙ୍ଗ କଲ ପାଇଁ ପ୍ରତି ମାସ ୩୫ ଟଙ୍କା ରିଚାର୍ଜ କରିବାକୁ ହେବ | ଆଜି ପର୍ଯ୍ୟନ୍ତ ଇଂକମିଙ୍ଗ କଲ ମାଗଣା ହୋଇଥିବାରୁ ଉପଭୋକ୍ତା ବହୁ ସିମ ବ୍ୟବହାର କରୁଥିବା ଜଣାପଡିଛି | ଇଂକମିଙ୍ଗ କଲ ଚର୍ଜା ଲାଗୁ ହେବାଫଳରେ ଉପଭୋକ୍ତାମାନେ ଅଧିକ ସିମ ରଖିବେ ନାହିଁ | ଏହା ଦ୍ୱାରା ବିଭିନ୍ନ ଟେଲିକମ କମ୍ପାନୀର ଗ୍ରାହକ ସଂଖ୍ୟା ହ୍ରାସ ପାଇବା ଆଶଙ୍କା ମଧ୍ୟ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.