ଆଉ ପରିବାରକୁ ମିଳିବନି ଲାସ୍, ଦିଆଯିବନି କବର, ଜାଣନ୍ତୁ କାଶ୍ମୀରରେ କ’ଣ ହେବ ଆତଙ୍କବାଦୀଙ୍କ ଡେଡ୍ ବଡି

Published By : Prameya-News7 Bureau | May 08, 2020 IST

ଜମ୍ମୁ-କାଶ୍ମୀର : ସେନା ସହ ସଂଘର୍ଷରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ରିଆଜ ନାୟକୁ ପ୍ରାଣ ହରାଇଛି।  ଏହି ଘଟଣା ପରେ ପ୍ରଶାସନ ଆହୁରି କଠୋର ହୋଇଥିବା ବେଳେ ଏବେ ମୃତ ଆତଙ୍କବାଦୀର ଶବ ତା ପରିବାରକୁ ଆଉ ହସ୍ତାନ୍ତର ନ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଆତଙ୍କବାଦୀର ଶବକୁ ଧାର୍ମିକ ପ୍ରଥା ପରମ୍ପରାରେ କବର ମଧ୍ୟ ଦିଆଯିବନି ବୋଲି ଜଣାପଡିଛି।

{"id":266629,"width":578,"height":289,"sizeSlug":"large"}

ଜମ୍ମୁ-କାଶ୍ମୀରରେ ଯେବେବି ସେନା ସହ ସଂଘର୍ଷରେ କୌଣସି ଆତଙ୍କବାଦୀର ମୃତ୍ୟୁ ହୋଇଛି, ଶବ ତାର ନିକଟ ସମ୍ପର୍କିୟଙ୍କୁ ପ୍ରଦାନ କରାଯାଇଛି। ତେବେ ରାଜ୍ୟରେ ନିହତ ଆତଙ୍କବାଦୀକୁ ହିରୋ କରିବା ଲାଗି ଲୋକଙ୍କୁ ଠୁଳ କରି ତାମସା କରାଯାଇଛି। ଗତ ଦିନରେ ଏକ ପାକିସ୍ତାନୀ ଆତଙ୍କବାଦୀ ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିଲା। ତା ଶବ ଦିଆଯିବା ପରେ ଏହାର ଶୋଭାଯାତ୍ରା  ବାହାର କରି  ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦ ଗତିବିଧିରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା।

{"id":266631,"sizeSlug":"large"}

ତେବେ ଏପରି ଘଟଣା ଯେପରି ଦ୍ୱିତୀୟବାର ନ ହୁଏ ସେଥି ଲାଗି ପ୍ରଶାସନ ଏବେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛି। ଏଥିରେ ଆତଙ୍କବାଦୀର ପଞ୍ଚନାମା ପରେ ପ୍ରଶାସନ ତାର ଶବ ଗ୍ରହଣ କରିବା ସହ ଅନ୍ତ୍ୟେଷ୍ଟିର ବ୍ୟବସ୍ଥା ମଧ୍ୟ କରିବ। କେଉଁଠି ଶବ ସତ୍କାର ହେବ ତାହା ମଧ୍ୟ ପ୍ରଶାସନ ସ୍ଥିର କରିବା ସହ ସମସ୍ତଙ୍କ ଅଜ୍ଞାତରେ ଶେଷ କୃତ୍ୟ କରିବ। ଏବେ ରିଆଜୁ ନାୟକୁ ଓ ତା ସହଯୋଗୀଙ୍କର ମଧ୍ୟ ସେଇଆ ହେବ ଯାହା ପ୍ରଶାସନ ସ୍ଥିର କରିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.