ଟଙ୍କା ନାହିଁ ତ ବହି ନାହିଁ, ପ୍ରଧାନ ଶିକ୍ଷକ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି ସରକାରୀ ବହି

Published By : Prameya-News7 Bureau | December 08, 2021 IST

ଲମତାପୁଟ ୦୮।୧୨: ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରରେ  ଗୁଣାତ୍ମକ ଶିକ୍ଷା ଦାନ ପାଇଁ ମାଗଣା ବହି ସହ ଛାତ୍ର ଛାତ୍ରୀଙ୍କ ପାଇଁ ବହୁ ଯୋଜନା କରିଛନ୍ତି ।  କିନ୍ତୁ  ପିଲାଙ୍କ ନିକଟକୁ ଯୋଜନା  ପହଞ୍ଚିବା ପାଇଁ  ହେଲେ ଟଙ୍କା ଦେବାକୁ ପଡୁଛି ।  ଟଙ୍କା ନାହିଁ  ତ ବହି ନାହିଁ ନୀତିରେ ସରକାରଙ୍କ ଯୋଜନାରୁ ବାଦ ପଡ଼ୁଛନ୍ତି ଛାତ୍ର ଛାତ୍ରୀ ।  ଏହିଭଳିଆ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା  ଲମତାପୁଟ ବ୍ଲକ  ମାଟାମପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ।  

ପ୍ରଧାନ ଶିକ୍ଷକ ପିଲାଙ୍କୁ  ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି  ସରକାରୀ ବହି ।  ଏସସି, ଏସଟି, ଛାତ୍ର-ଛାତ୍ରୀଙ୍କ ପାଇଁ ସରକାର ମାଗଣା ବହି ଯୋଗାଇ  ଦେଉଛନ୍ତି।  କିନ୍ତୁ ମାଟମାପୁଟ ସରକାରୀ  ଉଚ୍ଚବିଦ୍ୟାଳୟରେ  ଆଜି ପର୍ଯ୍ୟନ୍ତ ନବମ ଶ୍ରେଣୀ  ଛାତ୍ର ଛାତ୍ରୀ ମାନେ ବହି ପାଇ ନାହାନ୍ତି। କାରଣ ପ୍ରଧାନ ଶିକ୍ଷକ ୧୦୦ ଟଙ୍କା ମାଗିବାରୁ ଛାତ୍ର ଛାତ୍ରୀ ଦେଇ ପାରିନଥିଲେ ।  ଫଳରେ ଗୋଦାମ ଗୃହରେ ପଡି ରହିଛି ବହି ଗୁଡିକ ।

wp:html /wp:html

ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମଲିକ ପୂର୍ବରୁ ଛାତ୍ର ଛାତ୍ରୀଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା  ।  ଚଳିତ ବର୍ଷ ମାର୍ଚ୍ଚ ମାସରେ  ୧୦ମ  ଶ୍ରେଣୀ ପାଠ ପଢୁଥିବା ୬୧ ଛାତ୍ର ଛାତ୍ରୀଙ୍କ ଠାରୁ ନାମ ଲେଖା ପାଇଁ  ଆଦାୟ କରିଥିଲେ ୬୩୦ ଟଙ୍କା ।   ଏନେଇ  NEWS 7ରେ ଖବର ପ୍ରସାରଣ ପରେ ଟଙ୍କା ଫେରସ୍ତ କରିଥିଲେ ।  ପୁଣି ୪ ମାସ ହେଲାଣି ପିଲାମାନେ ୧୦୦  ଟଙ୍କା ଦେଇନଥିବାରୁ ବହି ଦେଉନଥିବା  ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ ।

ପ୍ରଧାନ ଶିକ୍ଷକ ମାନିବାକୁ ନାରାଜ। ସେ କହିଥିଲେ ବହି ବଳି ଯାଇଥିବାରୁ ଗୋଦାମରେ ପଡି ରହିଛି ଏବଂ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ବହି ଦିଆ ଯାଇଥିବା କହିଥିଲେ। କିନ୍ତୁ ଛାତ୍ର ମାନେ କହିଥିଲେ ଟଙ୍କା ଦେଇ ନଥିବାରୁ ବହି ଆଜି ପର୍ଯ୍ୟନ୍ତ ମିଳିନଥିଲା।  ପ୍ରଧାନ ଶିକ୍ଷକ ନାଲି ଆଖି ଦେଖାଇ ଥିଲେ  ମଧ୍ୟ ଭୟ କରି ନଥିଲେ ଛାତ୍ର-ଛାତ୍ରୀମାନେ ଅଭିଯୋଗ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.