Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଛୋଟ ଗୋଟେ ଘଟଣା କେମିତି ଭାଙ୍ଗିଦିଏ ସବୁ ସ୍ବପ୍ନ, ଜୀବନ ହୋଇଯାଏ ଯନ୍ତ୍ରଣା ଦାୟକ… ପଢନ୍ତୁ ବାଲେଶ୍ବରର ବିଜୟଙ୍କ ଏଇ କାହାଣୀ

24/09/2019 at 4:04 PM

ବାଲେଶ୍ବର ( ବ୍ରହ୍ମରଥ) ୨୪|୯: ବାଲେଶ୍ବର ରେମୁଣା ବରୁଣସିଂ ପଞ୍ଚାୟତର ବିଜୟ ଜେନା । ବୟସ ମାତ୍ର ୨୩ବର୍ଷ । ଗଲାବର୍ଷ ଗ୍ରାଜୁଏସନ ଶେଷ କରିବା ପରେ ଏମବିଏ କରିବାକୁ ମନ କରିଥିଲେ । ଚାକିରି କରି ଅଭାବ ଅସୁବିଧା ଭିତରେ ଦୁଃଖକଷ୍ଟରେ ଚଳୁଥିବା ଭିନ୍ନକ୍ଷମ ବାପାମାଆଙ୍କ ପାଇଁ ସୁଖ ଟିକିଏ ସାଉଣ୍ଟିବା ପାଇଁ ଆଶା ବାନ୍ଧିଥିଲେ । ହେଲେ ଦାଉସାଧିଲା ଦଇବ । ଗୋଟିଏ ଦୁର୍ଘଟଣାର ଶିକାର ହୋଇ ବିଜୟ ଏବେ ଡାକ୍ତରଖାନା ବେଡ୍‌ରେ । ତିନି ପ୍ରାଣୀଙ୍କ ବୋଝ ଏବେ ବୁଢ଼ା ଅଜାଙ୍କ କାନ୍ଧରେ । ଟ୍ରେନ୍‌ରେ ଚଣାବିକି ଯାହା ରୋଜଗାର କରୁଛନ୍ତି ତାହା ନାତିର ଚିକିତ୍ସା ଖର୍ଚ୍ଚକୁ ଅଣ୍ଟୁନି । ଏବେ ଅପେକ୍ଷା କେବଳ ସରକାରୀ ସହାୟତାକୁ ।

ବାଲେଶ୍ବର ମୁଖ୍ୟ ଚିକିତ୍ସାଳର ସର୍ଜରୀ ବିଭାଗର ୫୦ନମ୍ବର ବେଡ୍‌ରେ ଏମିତି ପଡ଼ି ପଡ଼ି ଜୀବନ ସହ ସଂଗ୍ରାମ କରୁଛନ୍ତି, ରେମୁଣା ବରୁଣସିଂ ପଞ୍ଚାୟତର ବିଜୟ ଜେନା । ବୟସ ମାତ୍ର ୨୩ବର୍ଷ । ଗଲାବର୍ଷ ଗ୍ରାଜୁଏସନ ଶେଷ କରିବା ପରେ ଏମବିଏ କରିବାକୁ ମନ କରିଥିଲେ । ଚାକିରି କରି ଅଭାବ ଅସୁବିଧା ଭିତରେ ଦୁଃଖକଷ୍ଟରେ ଚଳୁଥିବା ଭିନ୍ନକ୍ଷମ ବାପାମାଆଙ୍କ ପାଇଁ ସୁଖ ଟିକିଏ ସାଉଣ୍ଟିବା ପାଇଁ ଆଶା ବାନ୍ଧିଥିଲେ । ହେଲେ ଦାଉସାଧିଲା ଦଇବ । ଗୋଟିଏ ଦୁର୍ଘଟଣାର ଶିକାର ହୋଇ ବିଜୟ ଏବେ ଡାକ୍ତରଖାନା ବେଡ୍‌ରେ । ମେରୁଦଣ୍ଡରେ ଆଘାତ ଲାଗିଥିବାରୁ ଅଣ୍ଟା ତଳକୁ ଅଙ୍ଗପ୍ରତ୍ୟଙ୍ଗ କାମ କରୁନି । ଏବେ ସାରା ଜୀବନ ବିଜୟଙ୍କୁ ଏମିତି ଶେଜରେ ଶୋଇ ରହିବାକୁ ପଡ଼ିବ ।  

ଘର ପରିବାରର ବୋଝ ମୁଣ୍ଡାଇବାକୁ ବାହାରିଥିବା ବିଜୟ ଏବେ ଜୀବନ ଯୁଦ୍ଧରେ ହାରି ଯାଇ ଅନ୍ୟ ପାଇଁ ବୋଝ ହୋଇଯାଇଛନ୍ତି । ଟ୍ରେନ୍‌ରେ ବୁଲି ବୁଲି ଚଣାବିକ୍ରି କରୁଥିବା ବୁଢ଼ା ଅଜାଙ୍କ ଅଣ୍ଟାରେ ବି ନାତିର ଚିକିତ୍ସାଖର୍ଚ୍ଚ ତୁଲାଇବାକୁ ବଳ ନାହିଁ । ଝିଅ ସାବିତ୍ରୀ ଜେନାଙ୍କର ଗୋଟିଏ ଆଖି ନାହିଁ । ଜ୍ବାଇଁ ମଧ୍ୟ ଦୁର୍ଘଟଣାର ଶିକାର ହେବା ପରେ ଅକର୍ମଣ୍ୟ ହୋଇପଡ଼ିଛନ୍ତି । ଏହା ପରେ ପୁଣି ନାତିର ବୋଝ । କ’ଣ କରିବେ ତାଙ୍କୁ କିଛି ବୁଦ୍ଧିବାଟ ଦେଖାଯାଉନି ।

ଏଇ ନୁଆଁଣିଆ ଚାଳଘର ଚାରି ପ୍ରାଣୀ କୁଟୁମ୍ବଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାର ସାହାରା । ସରକାରଙ୍କ ଠାରୁ ମିଳୁଥିବା ୧୫କିଲୋ ଚାଉଳ କୁଆଡ଼ିକି ପାଉନି । ଏଭଳି ଦୁଃଖ କଷ୍ଟରେ ବଞ୍ଚିବାକୁ ବାଧ୍ୟ ହେଉଥିବା ଏହି ଅସହାୟ ପରିବାରର କାହାଣୀକୁ ନେଇ ବାଲେଶ୍ବର ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଥିଲେ ଆମ ରିପୋର୍ଟର । ଆମ ଠାରୁ ସବୁ କଥା ଶୁଣିବା ପରେ ଏମାନଙ୍କ ପାଇଁ ଦିବ୍ୟାଙ୍ଗ ଭତ୍ତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ମିଳିଛି ପ୍ରତିଶ୍ରୁତି ।

ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ଼ ସହିବାକୁ ହୁଏ ତାହା ଏହି ଅସହାୟ ପରିବାରର କାହାଣୀ ହିଁ ବୟାନ କରୁଛି । ଏମାନେ ହିଁ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରକୃତ ହିତାଧିକାରୀ । ଏଇ ମାନଙ୍କ ପାଖରେ ହିଁ ସରକାରୀ ଯୋଜନା ପହଞ୍ଚିବା ଦରକାର । ତାହେଲେ ଯାଇ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି ଆମେ କହିପାରିବା ।

   Related Posts