ଗଜପତିରେ ବାତ୍ୟା ଦୁର୍ଦ୍ଦଶା ; ଉପୁଡି ପଡିଛି ବିଦ୍ୟୁତ ଖୁଣ୍ଟ, ଅକାମି ହୋଇପଡିଛି ମୋବାଇଲ ନେଟୱାର୍କ

Published By : Prameya-News7 Bureau | October 12, 2018 IST

ଗଜପତି ୧୨/୧୦ : ବାତ୍ୟା ତିତିଲି ଗଜପତି ଜିଲ୍ଲାରେ ନିଜର ତାଣ୍ଡବ ଦେଖାଇଛି | ରାସ୍ତା ଉପରେ ଅନେକ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହିତ ଶହ ଶହ ଗଛ ରାସ୍ତା ଉପରେ ଉପୁଡି ପଡିଛି | ଫଳରେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ ଉଜାଡି ଦେଇଛି | ବର୍ଷା ପ୍ରଭାବରେ ଜିଲ୍ଲାରେ ଅନେକ ଘର ଭାଙ୍ଗି ଯାଇଛି | ମୋବାଇଲ ନେଟୱାର୍କ ଅକାମି ହୋଇଯାଇଛି | ଗତକାଲି ରାତିର ଘନ ଅନ୍ଧାରରେ ବାତ୍ୟା ତିତିଲି ତାର ତାଣ୍ଡବ ରଚି ଚାଲିଥିଲା | ସକାଳୁ ସବୁକିଛି ଛାରଖାର ହୋଇଯାଇଥିଲା | ଯୋଗାଯୋଗ ବିଛିନ୍ନ ଯୋଗୁଁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି | ଫଳରେ ଅନେକ ଯାତ୍ରୀ ପାରଳାଖେମୁଣ୍ଡି ବସ ଷ୍ଟାଣ୍ଡରେ ଅଟକି ରହିଛନ୍ତି | ପ୍ରବଳ ବର୍ଷା ଦୁର୍ଦଶା ବଢ଼ାଇଦେଇଛି | ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଗଜପତି ଜିଲ୍ଲାରେ ବହୁତ କ୍ଷତି ଘଟିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.