ସଂସଦରେ ପଣ୍ଡିତ ନେହେରୁଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାମିଲ ହେଲେନି କେହି ମନ୍ତ୍ରୀ, ଲୋକସଭା ବାଚସ୍ପତି ବି ଆସିଲେନି, ଗର୍ଜିଲା କଂଗ୍ରେସ

Published By : Prameya-News7 Bureau | November 14, 2021 IST

ନୂଆଦିଲ୍ଲୀ ୧୪/୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀରେ ରବିବାର ଦିନ କଂଗ୍ରେସର ରାଗ ପଞ୍ଚମରେ ପହଞ୍ଚିଛି। ଏହାର କାରଣ ହେଉଛି ଯେ ସଂସଦ ଭବନରେ ପଣ୍ଡିତ ନେହେରୁଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କୌଣସି ମନ୍ତ୍ରୀ ଯୋଗ ଦେଇନଥିଲେ। ଏପରିକି ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା  ସ୍ପିକର ଭେଙ୍କୟା ନାୟିଡୁ ମଧ୍ୟ ସାମିଲ ହୋଇନଥିଲେ ।

ନେହେରୁଙ୍କ ଜନ୍ମ ୧୮୮୯ରେ ହୋଇଥିଲା ଏବଂ ସେ ଦୀର୍ଘ ଦିନ ଧରି ଦେଶର ପ୍ରଧାନମନ୍ତ୍ରୀ ଥିଲେ। ନଭେମ୍ବର ୧୪ରେ ତାଙ୍କର ଜୟନ୍ତୀ ପାଳନ କରାଯାଏ।  ରାଜ୍ୟସଭାରେ କଂଗ୍ରେସର ମୁଖ୍ୟ ସଚେତକ ଜୟରାମ ରମେଶ ଟ୍ବିଟ୍‌ କରି ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ତାଙ୍କ ମତରେ ଆଜି ସଂସଦରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଲୋକସଭା, ରାଜ୍ୟସଭାର ସ୍ପିକର ମଧ୍ୟ ନେହେରୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମକୁ ଆସିନଥିଲେ। ଏପରିକି କୌଣସି ମନ୍ତ୍ରୀ ମଧ୍ୟ ସାମିଲ ହୋଇନଥିଲେ।

wp:html /wp:html

ଜୟରାମଙ୍କ ଏହି ଟ୍ବିଟ୍‌କୁ ଟ୍ୟାଗ କରି ଟିଏମସି ସାଂସଦ ଡେରେକ ଓବ୍ରାୟନ ସମର୍ଥନ ଜଣାଇଛନ୍ତି । ରବିବାର ସକାଳେ ସଂସଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାନୁପ୍ରତାପ ସିଂହ ବର୍ମା ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିଲେ।

wp:html /wp:html

ସୋନିଆ, ରାହୁଲଙ୍କ ସମେତ ଅନେକ ନେତା ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ, ନେହେରୁ ସତ୍ୟ, ଏକତା ଏବଂ ଶାନ୍ତିକୁ ବହୁତ ଗରୁତ୍ବ ଦେଉଥିଲେ। ଦଳର ବରିଷ୍ଠ ନେତା କପିଲ ଶିବ୍ବଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କହିଥିଲେ, ଆମେ ସେହି ଲୋକତନ୍ତ୍ରର ସନ୍ତାନ ଯାହାକୁ ସେ ଗଢ଼ିଥିଲେ ଏବଂ ସମ୍ଭାଳିଥିଲେ। ସେ ଭବିଷ୍ୟତ ବିକାଶ ଭିତ୍ତିଭୂମିର ନିର୍ମାଣ କରିଥିଲେ । ସେ ବିବିଧତାର ପକ୍ଷଧର ଥିଲେ ଏବଂ ଏହା ଆମର ଶକ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.