ପ୍ରଚାର ବେଳେ ମାସ୍କ ଓ ସାମାଜିକ ଦୂରତା ଜରୁରୀ, ନଚେତ୍ ଲାଗିବ ପ୍ରତିବନ୍ଧକ : ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ଚେତାବନୀ

Published By : Prameya-News7 Bureau | April 10, 2021 IST

ନୂଆଦିଲ୍ଲୀ,୧୦/୦୪:  ନିର୍ବାଚନ ବେଳେ କରୋନା ଗାଇଡଲାଇନ୍ ପାଳନ ହେଉନାହିଁ । ରାଲିରେ କଟକଣାକୁ କର୍ମୀ ଫୁ କରି ଉଡାଉ ଦେଉଛନ୍ତି । ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ହେଉଥିବା ନିର୍ବାଚନରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏନେଇ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳକୁ ଚେତାବନୀ ଦେଇଛନ୍ତି । ରାଜନୈତିକ ରାଲି ତଥା ଅନ୍ୟ ଶୋଭାଯାରେ କରୋନା କଟକଣାକୁ କଡା କଡି ଭାବେ ଲାଗୁ କରିବାକୁ ଆୟୋଗ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ୍ ଅନୁସାରେ, ନିର୍ବାଚନ ପ୍ରଚାର ବେଳେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବା ଦରକାର । ବିହାର ନିର୍ବାଚନ ସମୟରେ ଗତବର୍ଷ ଆୟୋଗ ଗାଇଡଲାଇନ୍ ଜାରି କରିଥିଲେ । ଏନେଇ ସମସ୍ତ ଦଳକୁ ଚିଠି ଲେଖାଯାଇଥିଲା ।କିନ୍ତୁ କିଛି ସ୍ଥାନରେ ଏହାକୁ ଅମାନ୍ୟ କରାଯାଉଛି ।

ଏହାକୁ ନେଇ ଆୟୋଗ କହିଛନ୍ତି ଯେ, ସମସ୍ତେ ପ୍ରୋଟୋକଲ ପାଳନ କରନ୍ତୁ । ନିୟମ ପାଳନ କରୁନଥିବା ରାଲି, ସାଧାରଣ ସଭା ଉପରେ ପ୍ରତିବନ୍ଧକ ଲଗାଯିବ । ଏହାସହ ଷ୍ଟାର ପ୍ରଚାରକଙ୍କ ବିରୋଧରେ ପ୍ରଚାରକୁ ନେଇ ରୋକ୍ ଲାଗିବ । ତେଣୁ ସମସ୍ତ ଦଳ ନିୟମ ମାନନ୍ତୁ ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ଚେତାବନୀ ସେହି ସମୟରେ ଆସିଛି ଯେତେବେଳେ ୪ଟି ରାଜ୍ୟର ନିର୍ବାଚନ ଶେଷ ହୋଇଯାଇଛି । ପଶ୍ଚିମବଙ୍ଗରେ ମଧ୍ୟ ୪ଟି ପର୍ଯ୍ୟାୟ ମତଦାନ ସରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.