Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଜୁଲାଇରୁ ହଟିବ ଲକଡାଉନ୍ ! ଏମିତି କିଛି ରହିଛି ସରକାରଙ୍କ ଯୋଜନା

29/06/2021 at 7:57 AM

ଭୁବନେଶ୍ୱର,୨୯/୦୬: ଜୁଲାଇରେ ଖୋଲିବ କି ଲକ୍‌ଡାଉନ୍‌? ସରକାରଙ୍କ କଣ ରହିଛି ଯୋଜନା? ଉପକୂଳ ଜିଲ୍ଲା ପାଇଁ ଅଲଗା କିଛି ଯୋଜନା ରହିଛି କି? ଏ ସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଲକ୍‌ଡାଉନ ନଖୋଲିବାକୁ ଇଙ୍ଗିତ ଦେଇଛି । ତେବେ ରେଡ୍‌ ଜୋନ୍‌ରେ ଥିବା ୪ ଜିଲ୍ଲା ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଏବଂ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ଥିବା ନୟାଗଡ଼ ଓ ପୁରୀରେ କଟକଣା କୋହଳ ନକରିବାକୁ ନିଷ୍ପତ୍ତି ନେଉଛି ବିଭାଗ । ଏଥିପାଇଁ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନେଉଛି ।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୫% କମ୍‌ ରୋଗୀ ଥିବା ଜିଲ୍ଲାରେ ନିୟମକୁ ଆଉ କିଛି ମାତ୍ରାରେ କୋହଳ କରାଯାଇପାରେ । ସେଲୁନ୍‌, ସ୍ପା, ଜିମ୍‌ ଓ ବସ୍‌ ଚଳଚଳ କିନ୍ତୁ ବନ୍ଦ ରହିବ । ବାକି କିଛି କିଛି ଜିନିଷକୁ କୋହଳ କରିବାକୁ ବିଚାର କରୁଛନ୍ତି । ସଂକ୍ରମଣ କମୁନି । ସରକାର ଏହା ଉପରେ ତର୍ଜମା କରୁଛନ୍ତି । ମନ୍ଦିର, ମଲ୍‌ ବା ଦୋକାନ କିନ୍ତୁ ଏବେ ଖୋଲିନପାରେ । ଏ ସବୁକୁ ଦେଖିବା ସହ ୬ ଜିଲ୍ଲାରେ କିନ୍ତୁ ନିୟମ କୋହଳ କରିବା ଭଳି ଲାଗୁନି ।ରାଜ୍ୟରେ ଏବେ ସକ୍ରିୟ ରହିଛନ୍ତି ୨୯ ହଜାର ୧୯ ଜଣ ରୋଗୀ । ୧୩ ଜିଲ୍ଲାରେ ସଂକ୍ରମଣ ବଢିଛି । ଏହି ତାଲିକାରେ ରହିଛି-ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୋନପୁର ଓ ସୁନ୍ଦରଗଡ଼ । ସେହିପରି ବାଲେଶ୍ୱର(୧୦.୯%), କଟକ (୧୦.୬୩%) ଓ ମୟୂରଭଞ୍ଜର(୬.୮୬%) ଜିଲ୍ଲାରେ ସ୍ଥିତି ଏବେବି ଚିନ୍ତାଜନକ ରହିଛି ।

ସୋମବାର ବାଲେଶ୍ୱରରୁ ୩୯୭, କଟକରୁ ୫୬୬, ଖୋର୍ଦ୍ଧାରୁ ୪୪୦, ମୟୂରଭଞ୍ଜରେ ୧୯୯ ଓ ପୁରୀରେ ୧୭୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୪୮୮୧, କଟକରେ ୩୬୬୦, ଯାଜପୁରରେ ୨୫୩୧ ଓ ବାଲେଶ୍ୱରରେ ୨୫୯୧ ଜଣ ସକ୍ରିୟ ରୋଗୀ ଅଛନ୍ତି । ବାଲେଶ୍ୱର ଓ ଯାଜପୁର ଦିନେ/ଦୁଇ ଦିନ ମଧ୍ୟରେ ରେଡ୍‌ ଜୋନ୍‌ରୁ ୟଲୋ ଜୋନ୍‌କୁ ଆସି ପାରନ୍ତି ।

କରୋନା ମୃତ୍ୟୁ ସୋମବାର ପୁଣି ବଢିଛି । ବାଲେଶ୍ୱରରୁ ୧, ଭଦ୍ରକରୁ ୩, ବରଗଡ଼ରୁ ୫, କଟକ ୩, ଢେଙ୍କାନାଳ ୨, ଗଞ୍ଜାମରୁ ୩, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୧, ନୟାଗଡ଼ରୁ ୫, ସମ୍ବଲପୁରରୁ ୧ ଓ ସୁନ୍ଦରଗଡ଼ରୁ ୫ ଜଣଙ୍କ ଜୀବନ ଯାଇଛି ।

   Related Posts