ଆଇପିଏଲ ନହେଲେ ୪୦୦୦ କୋଟି ଟଙ୍କା କ୍ଷତି: ସୌରଭ ଗାଙ୍ଗୁଲି ଦେଲେ ହିସାବ

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ, ୧୫|୦୫ : ଚଳିତ ବର୍ଷ ଆଇପିଏଲର ଆୟୋଜନ ନହେଲେ ବିସିସିଆଇର କୋଟି କୋଟି ଟଙ୍କା କ୍ଷତି ହେବ । ବୋର୍ଡର ଆର୍ଥିକ କାରବାର ଉପରେ ମଧ୍ୟ ପ୍ରଭାବ ପଡିବ । ଏହି କ୍ଷତିର ପରିମାଣ ୪୦୦୦ କୋଟି ଟଙ୍କା ହେବ ବୋଲି କହିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ।

ଆଇପିଏଲର ତ୍ରୟୋଦଶ ସଂସ୍କରଣ କରୋନା ଭାଇରସ ପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରହିଛି । ଏହା କେବ ହେବ ତାହା କହିବା ଅସମ୍ଭବ । ଏପରିକି ଏହାକୁ ବାତିଲ ମଧ୍ୟ କରାଯାଇପାରେ । କାରଣ କରୋନା ପ୍ରଭାବ ଭାରତରେ ବଢିଚାଲିଛି । ଦେଶରେ ଲକଡାଉନ୍ ହେବା ପରେ ଆଇପିଏଲର ଆଶା କ୍ଷୀଣ ହୋଇଯାଇଥିଲା ।

{"id":270429,"width":748,"height":498,"sizeSlug":"large"}

ଗାଙ୍ଗୁଲି କହିଛନ୍ତି ଯେ, ଆର୍ଥିକ ସ୍ଥିତି ଉପରେ ନଜର ପକାଇଲେ ଆଇପିଏଳ ନହେଲେ ବିରାଟ ବଡ କ୍ଷତି ହେବ । ପ୍ରାୟ ୪୦୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆକଳନ କରାଯାଉଛି । ଏପରି କ୍ଷେତ୍ରରେ ଖେଳାଳିଙ୍କ ଦରମା ହ୍ରାସ ବାବଦରେ ମଧ୍ୟ ଚିନ୍ତା କରାଯାଉଛି । କିଛି ବିଶେଷଜ୍ଞ ଖାଲି ଷ୍ଟା଼ଡିୟମରେ ଆଇପିଏଲ ଆୟୋଜନ ପାଇଁ ପରାମର୍ଶ ଦେଉଛନ୍ତି । ଏପରି ହେଲେ ଆଇପିଏଲର ଚାହିଦା କମିଯିବ । ୧୯୯ ଭାରତ-ପାକିସ୍ତାନ ଏସିଆନ ଟେଷ୍ଟ ଚାମ୍ପିଅନସିପ୍ ଏପରି ଆୟୋଜନ ହୋଇଥିଲା । କିନ୍ତୁ ଏହି ସିରିଜର ଚାହିଦା ହ୍ରାସ ପାଇଥିଲା ।

ବିସିସିଆଇ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ଯଦି ଅଳ୍ପ ଦର୍ଶକେ ଏହାକୁ ଆୟୋଜନ କରାଯାଏ ତେବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ଅଧିକାରୀଙ୍କୁ ଏହି କ୍ଷେତ୍ରରେ ଅଧିକ ସଚେତନ ହେବାକୁ ପଡିବ । ପୋଲିସକୁ ମଧ୍ୟ କଠୋର ହେବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.