ନାବାଳକର କାରସାଦି : ନାସାର ଲୋଗୋ ବ୍ୟବହାର କରି ମିଛ ମେଲ୍, ୯ମ ଶ୍ରେଣୀ ଛାତ୍ରଙ୍କ 'ମାଭିକ୍' ପ୍ରକଳ୍ପକୁ ଶକ୍ତ ଧକ୍କା

Published By : Prameya-News7 Bureau | December 03, 2019 IST

ଅନୁଗୋଳ ୩।୧୨: ଶୁଭ୍ରାଂଶୁଙ୍କ ସ୍ଵପ୍ନ ଧୂଳିସାତ। ମାଭିକ୍ ପ୍ରକଳ୍ପ ହେଲା ହାଇଯାକ୍। ନାସା ଚିଠି ଫେକ। କେନ୍ଦ୍ରମନ୍ତ୍ରୀଠୁ ବିଧାୟକ, ଏପରିକି ଜିଲ୍ଲାପାଳଙ୍କୁ ମଧ୍ୟ ଚକମା ଦେଲା ସାଇବର ଠକ। ପୁରା ଘଟଣା କ’ଣ ପଢନ୍ତୁ…

{"id":193336,"sizeSlug":"large"}

ନାସା ନାଁରେ ଠକେଇ,'ମାଭିକ' ପ୍ରକଳ୍ପକୁ ଶକ୍ତ ଧକ୍କା।  ନାସା ନାଁରେ ମିଛ ଚିଠି ପରେ ଜୋରଦାର ପ୍ରସ୍ତୁତି ସବୁ ପାଣି ଫୋଟକା ପରି ଫାଟି ଯାଇଛି। ଅନୁଗୋଳର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ଠକାମିର ଶିକାର ହୋଇଛନ୍ତି। କେବଳ ସେ ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ଅନୁଗୋଳ ଜିଲ୍ଲାପାଳ ମଧ୍ୟ ଠକାମିର ଶିକାର ହୋଇଛନ୍ତି। ଏତେବଡ଼ ସଫଳତା ମିଳୁଛି ଭାବି ପ୍ରଶଂସା ଆଉ ସହାୟତାର ହାତ ବଢ଼ାଇଥିଲେ ସମସ୍ତେ। କିନ୍ତୁ ସମସ୍ତଙ୍କୁ ଚକମା ଦେଲା ନାସା ନାଁରେ ଆସିଥିବା ଚିଠି। କିଏ କାହିଁକି ଏଭଳି ଦୁଃସାହସିକ କାର୍ଯ୍ୟ କରିଛି ତାର ନିରପେକ୍ଷ ତଦନ୍ତ ହେବା ଦରକାର।

{"id":193338,"sizeSlug":"large"}

ସେପଟେ ସ୍କୁଲ କର୍ତ୍ତୃପକ୍ଷ ପୋଲିସଙ୍କୁ ତଦନ୍ତ ପାଇଁ ମଧ୍ୟ ଚିଠି ଦେଇଛି। ପୋଲିସ ତଦନ୍ତ କରି ନାସା ଚିଠି ଆଉ ମେଲ୍ ଆଇଡି ଭୁଲ୍ ବୋଲି ସ୍ପଷ୍ଟ କରିଛି। ଜଣେ ନାବାଳକ ଏଭଳି ଖେଳ ଖେଳିଛି ବୋଲି ମଧ୍ୟ ପ୍ରେସ ରିଲିଜ ଦେଇଛି। ନାବାଳକ ଥିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ବୋଲି ମଧ୍ୟ ଉଲ୍ଲେଖ କରିଛି।

{"id":193339,"sizeSlug":"large"}

ତେବେ ତଦନ୍ତ ଯାହା ହେଉନା କାହିଁକି, ସାଇବର କ୍ରାଇମ୍ କରୁଥିବା ଲୋକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

{"id":193342,"sizeSlug":"large"}
{"id":193343,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.