Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପିଏମ୍ କେୟାର ଫଣ୍ଡର ହୋଇପାରିବନି ଯାଞ୍ଚ୍, ଏନଡିଏର ସଂଖ୍ୟା ଦେଖି ଚୁପ୍ ରହିଗଲେ ବିରୋଧୀ

11/07/2020 at 9:24 AM

ନୂଆଦିଲ୍ଲୀ, ୧୧|୦୭:  ଲୋକ ଲେଖା ସମିତି ବା ପିଏସି ପିଏମ କେୟାର୍ସ ଫଣ୍ଡର ଯାଞ୍ଚ କରିବ ନାହିଁ । ସୂତ୍ରାନୁସାରେ, ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏନଡିଏର ସଂଖ୍ୟାବଳକୁ ଦେଖି ସମିତି ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧରୀ ଏହି ପ୍ରସଙ୍ଗକୁ ଆଗରୁ ବଢାଇବାକୁ ଚାହିଁ ନଥିଲେ । ପୂର୍ବରୁ କୁହାଯାଉଥିଲା ଯେ, କଂଗ୍ରେସ ଓ ଅନ୍ୟ ବିରୋଧି ଦଳ ପିଏମ କେୟାର୍ସ ଫଣ୍ଡକୁ ତଦନ୍ତ କମିଟି କରିବା ପାଇଁ ଚାପ ପ୍ରୟୋଗ କରିବେ । ପିଏମ କେୟାର୍ସ ଫଣ୍ଡକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମେତ ଅନେକ ବିରୋଧି ନେତା ପୂର୍ବରୁ ହିଁ ପ୍ରଶ୍ନ ଉଠାଇଛନ୍ତି । ଏହାସହ ତଦନ୍ତ କରିବାକୁ ମଧ୍ୟ ଦାବି କରୁଥିଲେ ।

ଶୁକ୍ରବାର ବୈଠକରେ ଚଳିତ ବର୍ଷ କମିଟିକୁ ତଦନ୍ତ ପରିସରଭୁକ୍ତ ବିଷୟବସ୍ତୁ ପାଇଁ ଡକାଯାଇଥିଲା । ଯେଉଁ ବିଷୟକୁ ସମ୍ଭାବିତ ତାଲିକାରେ ସାମିଲ କରାଯାଇଥିଲେ ସେଥିରେ ପିଏମ କେୟାର୍ସ ଫଣ୍ଡ ମଧ୍ୟ ସାମିଲ ଥିଲା । କିନ୍ତୁ ସିଧାସଳଖ ଭାବେ ଏହାର ନାଁ ପ୍ରସ୍ତାବିତ କରାଗଲା ନାହିଁ । ୨୨ ସଦସ୍ୟ ବିଶିଷ୍ଟ ଏହି କମିଟିରେ ବର୍ତ୍ତମାନ ୨୦ଜଣ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରୁ ବୈଠକରେ ଉପସ୍ଥିତ ଥିଲେ ୧୭ ସଦସ୍ୟ । ଏଥିରୁ ୧୪ଜଣ ଏନଡିଏର ସାଂସଦ ଥିଲେ । ଏନଡିଏସ ସାଂସଦମାନେ ପିଏମ କେୟାର୍ସ ଫଣ୍ଡକୁ ତଦନ୍ତ ତାଲିକାଭୁକ୍ତ କରିବାକୁ ବିରୋଧ କରିଥିଲେ ।

ଏନଡିଏ ସଦସ୍ୟ କହିଛନ୍ତି ଯେ, ପିଏମ କେୟାର୍ସ ଫଣ୍ଡ କୌଣସି ସରକାରୀ ଫଣ୍ଡ ନୁହେଁ । ଏଥିରେ ସରକାର ଟଙ୍କାଟିଏ ହେଲେ ଜମା କରିନାହାଁନ୍ତି । ଏହାକୁ ସିଏଜି କିମ୍ବା ପିଏସ ଦ୍ୱାରା ଯାଞ୍ଚ କରାଯାଇପାରିବ ନାହିଁ ।

   Related Posts