Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ପାକିସ୍ତାନ କଟାସରାଜରେ ପାଳନ ହେବ ମହାଶିବରାତ୍ରି : ହେଲେ ଯିବେ ନାହିଁ ଜଣେ ବି ଭାରତୀୟ

4/03/2019 at 3:32 PM

ଲାହୋର ୪/୩ : ପାକିସ୍ତାନର ଲାହୋରରୁ ୨୮୦ କି:ମି: ଦୂର କଟାସରାଜ କଟାସରାଜ  ନଦୀ ତଟରେ ଏକ ପାହାଡ ଉପରେ ଭଗବାନ ଶିବଙ୍କ ମନ୍ଦିର ଅଛି | ମନ୍ଦିରରେ ପ୍ରତିବର୍ଷ ମହାଶିବରାତ୍ରି ପାଳନ କରାଯାଇଥାଏ | କିନ୍ତୁ ଆଜି ଏହି ମନ୍ଦିରରେ ଭାରତର କୌଣସି ଭକ୍ତ ନଥିବେ | କାରଣ ପୁଲୱାମା ହମଲା ପରେ ଭାରତର କୌଣସି ହିନ୍ଦୁ ପାକିସ୍ତାନ ପାଇଁ ଭିସା ନେଇନାହାନ୍ତି | ଅନେକ ଭାରତୀୟ ଶ୍ରଦ୍ଧାଳୁ ଶିବରାତ୍ରି ଦିନ ଭିସା କରି ଏହି ମନ୍ଦିରରେ ପୂଜା କରିବା ପାଇଁ ପାକିସ୍ତାନ ଯାଇଥାନ୍ତି | ଏହା ପୂର୍ବରୁ ୧୯୯୯ ମସିହା କାର୍ଗିଲ ଯୁଦ୍ଧ ପରେ ମଧ୍ୟ ଏହିଭଳି ସ୍ଥିତି ଦେଖିବାକୁ ମିଳିଥିଲା |

୨୦୦୮ ମୁମ୍ବାଇ ହମଲା ପରେ ମଧ୍ୟ କୌଣସି ଭାରତୀୟ ପୂଜା କରିବା ପାଇଁ ପାକିସ୍ତାନ ଯାଇନଥିଲେ | ଏହି ମନ୍ଦିର ୧୦୦୦ ବର୍ଷ ପୁରୁଣା ବୋଲି ବିଶ୍ୱାସ ରହିଛି | ମହାଶିବରାତ୍ରି ପାଇଁ ମନ୍ଦିର ପରିସରକୁ ସଫା କରାଯାଇଥାଏ | ଆଜି ମଧ୍ୟ ମନ୍ଦିର ପରିସରକୁ ସଫା କରାଯାଇଛି | କିନ୍ତୁ ଆଜି ସେଠାରେ ଶ୍ରଦ୍ଧାଳୁ ନାହାନ୍ତି | ମନ୍ଦିରର ଉଚ୍ଚତା ୧୫୦ ଫୁଟ ଏବଂ ଦୈର୍ଘ୍ୟ ୯୦ ଫୁଟ | ମନ୍ଦିର ପରିସରରେ ଥିବା ପବିତ୍ର ସରୋବରର ପାଣି କାଚ ଭଳି ସ୍ୱଚ୍ଛ |

କିଛି ବର୍ଷ ପୂର୍ବରୁ ଏହି ସରୋବର ପାଖରେ ଥିବା ଏକ ସିମେଣ୍ଟ କାରଖାନା ବୋରୱେଲରୁ ପାଣି କାଢ଼ିବା ଯୋଗୁଁ ସରୋବର ଧୀରେ ଧୀରେ ଶୁଖିବା ଆରମ୍ଭ କରିଥିଲା | ସିନ୍ଧରେ ଥିବା ହିନ୍ଦୁ ଏନେଇ ପାକିସ୍ତାନ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ | ଆବେଦନ ପରେ ପାକିସ୍ତାନ ସୁପ୍ରିମକୋର୍ଟ ସରୋବରକୁ ଠିକ କରିବା ପାଇଁ ନିର୍ଦେଶ ଦେଇଥିଲେ | ଏହାଛଡା କାରଖାନା ଉପରେ ୧୦ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ ସୁପ୍ରିମକୋର୍ଟ | 

ଏହି ମନ୍ଦିରକୁ ଯିବା ପାଇଁ ଭାରତର ୧୪୧ ଶ୍ରଦ୍ଧାଳୁ ଭିସା ପାଇଁ ଆବେଦନ କରିଥିଲେ | କିନ୍ତୁ ପୁଲୱାମା ହମଲା ପରେ ସେହି ମନ୍ଦିରକୁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ | ସିନ୍ଧର କିଛି ହିନ୍ଦୁ ପରିବାର ଆଜି ଏଠାରେ ଜଳାଭିଷେକ କରିବେ | ଇଣ୍ଡୋ-ପାକ୍‌ ପ୍ରୋଟୋକଲ ୧୯୭୨ ଅନୁସାରେ, ପ୍ରତିବର୍ଷ ୨୦୦ ଭାରତୀୟ କଟାସରାଜ ଯାଇପାରିବେ |

ପତ୍ନୀ ସତୀଙ୍କ ମୃତ୍ୟୁ ପରେ ଭଗବାନ ଶିବ ପ୍ରଚଣ୍ଡ ରୂପ ଧାରଣ କରିଥିଲେ |ଶିବଙ୍କ ନୟନରୁ ଲୋତକ ବା ଲୁହ ବହିବାରେ ଲାଗିଥିଲା । ଏହି ଲୁହରେ ଏକ ବଡ ନଦୀ ସୃଷ୍ଟି ହୋଇଯାଇଥିଲା | ଏହି ନଦୀରୁ ୨ଟି ସରୋବର ହୋଇଥିଲା ବୋଲି ବିଶ୍ୱାସ ରହିଛି | ଏହି ଦୁଇ ସରୋବର ହେଲା କଟାସରାଜ ଏବଂ ପୁଷ୍କର | ଦେଶ ବିଭାଜନ ବେଳେ କଟାସରାଜ ପାକିସ୍ତାନରେ ରହିଗଲା ଏବଂ ପୁଷ୍କର ଭାରତରେ ରହିଗଲା | ବନବାସ ବେଳେ ପଞ୍ଚୁ ପାଣ୍ଡଵ ଏଠାରେ କିଛି ସମୟ ଅତିବାହିତ କରିଥିଲେ ବୋଲି ବିଶ୍ୱାସ କରାଯାଏ |

   Related Posts