ସମଝୌତା ଏକ୍ସପ୍ରେସ୍ ବାତିଲ କରିବା ପରେ ଏବେ ବଲିଉଡ ଫିଲ୍ମ ଉପରେ ପ୍ରତିବନ୍ଧକ ଜାରି କଲା ପାକିସ୍ତାନ

Published By : Prameya-News7 Bureau | August 08, 2019 IST

ନୂଆଦିଲ୍ଲୀ ୮/୮: ଧାରା ୩୭୦ ଉଚ୍ଛେଦ କରିବା ପରେ କ୍ଷୁବ୍ଧ ପାକିସ୍ତାନ ବିଭିନ୍ନ ପ୍ରକାରର ରାସ୍ତା ବାଛିବାକୁ ଆରମ୍ଭ କରିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହଯୋଗୀ ଡଃ ଫିରଦୈାର ଆଶିକ ଏଓ୍ବାନ କହିଛନ୍ତି ଯେ ଏବେ ପାକିସ୍ତାନରେ ବଲିଉଡ ଫିଲ୍ମ ଦେଖାଯିବ ନାହିଁ।

ଏହା ବ୍ୟତୀତ ପାକିସ୍ତାନ ଭାରତ ସହ ନିଜ ବାଣିଜ୍ୟିକ ଏବଂ କୂଟନୈତିକ ସମ୍ପର୍କକୁ କମ୍ କରି ଦେଇଛି ଏବଂ ଦୁଇ ଦେଶ ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ବାତିଲ କରି ଦେଇଛି। ପାକିସ୍ତାନ ଏହି ଟ୍ରେନକୁ ଓ୍ବାଘା ବର୍ଡ଼ରରେ ରୋକିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.