Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ତିନି ସପ୍ତାହରେ ୨୦ ଥର ବଢିଲା, ତା ପରେ ତୈଳ ଦରରେ ଲାଗିଲା ବ୍ରେକ୍‌ : ରବିବାର ସାରା ଦେଶର ପେଟ୍ରୋଲ-ଡିଜେଲ ଦାମ୍ ସ୍ଥିର

28/06/2020 at 10:13 AM

ନୂଆଦିଲ୍ଲୀ ୨୮।୦୬: ଲଗାତର ୨୦ଦିନ ଧରି ପେଟ୍ରୋଲ ଓ ଡିଜେଲ୍‌ ଦର ବଢିବାରେ ଲାଗିଥିଲା । କିନ୍ତୁ ଆଜି ଏହି ଚଢାଦରରେ ବ୍ରେକ୍‌ ଲାଗିଛି । ତୈଳ ବିତରଣ କମ୍ପାନୀଙ୍କ ପକ୍ଷରୁ ରବିବାର ଦିନ ତୈଳ ଦାମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୨୧ ଦିନ ପରେ ପେଟ୍ରୋଲ ଓ ଡିଜେଲ୍‌ ଦର ସ୍ଥିର ରହିଛି । ଯାହାଫଳରେ ସାଧାରଣଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ତିନି ସପ୍ତାହରେ ଏହା ଦ୍ୱିତୀୟ ଥର ପାଇଁ ପେଟ୍ରୋଲ ଦାମ୍‌ରେ ସ୍ଥିରତା ରହିଛି । ଏହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ଡିଜେଲ୍‌ ଦାମ୍‌ ଲିଟର ପିଛା ୧୧.୦୧ ଟଙ୍କା ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଦାମ୍‌ ୯.୧୨ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇସାରିଛି ।

ଇଣ୍ଡିଆନ୍‌ ଅଏଲର ଓ୍ୱେବସାଇଟ୍‌ ଅନୁସାରେ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦାମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଯଥାକ୍ରମେ ୮୦.୩୮, ୮୨.୦୫, ୮୭.୧୪ ଓ ୮୩.୫୯ ଟଙ୍କା ପ୍ରତି ଲିଟର ରହିଛି । ସେହିପରି ଡିଜେଲ୍‌ ଦାମ୍‌ ମଧ୍ୟ ଏହି ଚାରୋଟି ସହରେ ପୂର୍ବ ଅନୁସାରେ ସମାନ ରହିଛି । ଯେପରି ଯଥାକ୍ରମେ ୮୦.୪୦ଟଙ୍କା, ୭୫.୫୨ ଟଙ୍କା, ୭୮.୭୧ ଟଙ୍କା ଓ ୭୭.୬୧ ଟଙ୍କା  ପ୍ରତି ଲିଟର ରହିଛି ।

ଏହାପୂର୍ବରୁ ଶନିବାର ଦିନ ତୈଳ ବିତରଣ କମ୍ପାନୀମାନଙ୍କ ପକ୍ଷରୁ ପେଟ୍ରୋଲ ଦାମ୍‌ ଦିଲ୍ଲୀରେ ୨୫ ପଇସା, କୋଲକାତା ଓ ମୁମ୍ବାଇରେ ୨୩ ପଇସା, ଚେନ୍ନାଇରେ ୨୨ ପଇସା ପ୍ରତି ଲିଟର ବଢିଥିଲା । ସେହିପରି ଡିଜେଲ୍‌ ଦାମ୍‌ ଦିଲ୍ଲୀରେ ୨୧ ପଇସା, କୋଲକାତାରେ ୧୮ ପାଇସା, ମୁମ୍ବାଇରେ ୨୦ ପଇସା, ଚେନ୍ନାଇରେ ୧୭ ପଇସା ପ୍ରତି ଲିଟର ବଢିଥିଲା । କିନ୍ତୁ  ଆଜି ଏହା ସ୍ଥିର ରହିଛି ।

   Related Posts