Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିବାହ ପରେ ହନିମୁନ୍‌ରେ ଯିବେନି କ୍ୟାଟ୍ରିନା ଓ ଭିକି ! କାମରୁ ନେବେନି ବ୍ରେକ୍ , ଫେରିବେ ଶୁଟିଂକୁ…

12/11/2021 at 8:47 AM

ନୂଆଦିଲ୍ଳୀ ୧୨।୧୧ : ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଶୁଣିବାକୁ ମିଳୁଛି ଯେ ତାଙ୍କ ପ୍ରେମିକ ଭିକି କୌଶଲଙ୍କ ହାତ ଧରିବେ କ୍ୟାଟ୍ରିନା। ଏନେଇ ବି-ଟାଉନ୍‌ରେ ମଧ୍ୟ ଖୁବ୍‌ ହଇଚଇ ସୃଷ୍ଟି ହୋଇଛି । କୁହାଯାଉଛି କି ବିବାହର ସବୁ ପ୍ଲାନିଂ ମଧ୍ୟ ଶେଷ ହୋଇଛି । ବିବାହ ସ୍ଥାନ, ଅତିଥିଙ୍କଠାରୁ ଆରମ୍ଭ କରି ପୋଷାକକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ପୂର୍ବରୁ ଶୁଣିବାକୁ ମିଳିଛି ଯେ ଭିକି-କ୍ୟାଟ୍ରିନା ବିବାହ ପରେ ବ୍ରେକ୍‌ ନେବେ ନାହିଁ । କାରଣ ସେମାନେ ବର୍ତ୍ତମାନ ହନିମୁନ୍‌ରେ ଯିବେ ବୋଲି କୁହାଯାଉଥିଲା। ହେଲେ ଏବେ ଓଲଟା ଖବର ଶୁଣିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭିକି-କ୍ୟାଟ୍ରିନା ବିବାହ ପରେ ହନିମୁନରେ ଯିବେ ନାହିଁ। ସେମାନେ ନିଜ ନିଜ ଫିଲ୍ମର ଶୁଟିଂ ପୂର୍ବଭଳି କରିବାକୁ ଚାହାନ୍ତି। ଏଥିପାଇଁ ଅଯଥା ସମୟ ଅପଚୟ କରିବାକୁ ସେମାନେ ଚାହୁଁ ନାହାନ୍ତି। କ୍ୟାଟ୍ରିନା ବିବାହ ପରେ ‘ଟାଇଗର-୩’ର ଶୁଟିଂକୁ ଫେରିବେ। ଏହାଛଡ଼ା ସେ ଶ୍ରୀରାମ ରାଘବନଙ୍କ ଫିଲ୍ମର ଶୁଟିଂ ବି ଆରମ୍ଭ କରିବେ। ବିବାହ ପରେ ଡିସେମ୍ବରଠାରୁ ସେ ଏହା କରିବେ ବୋଲି ଶୁଣିବାକୁ ମିଳୁଛି । ସେହିଭଳି ଭିକି ମଧ୍ୟ ଫିଲ୍ଡ ମାର୍ଶଲ ସାମ ମାନେଶଶୋଙ୍କ ବାୟୋପିକରେ ମଧ୍ୟ ନଜର ଆସିବେ। ଏହାର ଶୁଟିଂ ସେ ବିବାହ ପରେ କରିବେ ବୋଲି କୁହାଯାଉଛି । ତେବେ ଏହା ଦେଖିବାକୁ ବାକି ରହିଲା ଯେ ଯାହା ଶୁଣିବାକୁ ମିଳୁଛି ତାହା କେତେ ଦୁରରୁ ସତ ହେଉଛି ।

   Related Posts