Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୧୦୦ ବର୍ଷ ହେଲା ଏହି ଗ୍ରାମରେ ଖେଳାଯାଇନି ହୋଲି, ରଙ୍ଗ ଲାଗିଲେ ମୃତ୍ୟୁ ସୁନିଶ୍ଚିତ ବୋଲି କୁହନ୍ତି ଗ୍ରାମବାସୀ

10/03/2020 at 11:21 AM

ରାୟପୁର, ୧୦|୦୩:  ସାରା ଦେଶରେ ହୋଲି ଧୁମଧାମରେ ପାଳିତ ହେଉଛି। ସମସ୍ତେ ପରସ୍ପରକୁ ରଙ୍ଗ ଓ ଅବିର ବୋଲି ରଙ୍ଗର ପର୍ବକୁ ଆନନ୍ଦର ସହ ମନାଉଛନ୍ତି। କିନ୍ତୁ ଏପରି ଏକ ଗାଁ ଅଛି ଯେଉଁଠି ହୋଲି ପାଳନ କରିବା ଅଶୁଭ ବୋଲି କୁହାଯାଏ।

ଛତିଶଗଡରେ କିଛି ଏପରି ଗ୍ରାମ ଅଛି ଯେଉଁଠି ହୋଲି ପାଳନ କରୁଥିବା ବ୍ୟକ୍ତି ପାଇଁ ଭୟଙ୍କର ସ୍ଥିତି ଉପୁଜିଥାଏ ବୋଲି ବିଶ୍ୱାସ କରାଯାଏ। ଯଦି କେହି ଅବିର ବୋଲି ହୁଏ ତେବେ ତାହାର ଅଶୁଭ ହୋଇଥାଏ। ଏହି କାରଣରୁ ଦୀର୍ଘ ୧୦୦ ବର୍ଷ ହେଲା ଗ୍ରାମରେ ହୋଲି ପାଳନ କରାଯାଉନାହିଁ।

ଲୋକଙ୍କ କହିବାନୁସାରେ, ଯଦି କେହି ହୋଲି ପାଳନ କରୁଛି ତେବେ ତାହାର ମୃତ୍ୟ ସୁନିଶ୍ଚିତ ଅଟେ। ୧୦୦ ବର୍ଷ ତଳେ ଜଣେ ଜମିଦାର ହୋଲି ଖେଳିଥିଲେ। ଏହାପରେ ସେ ମୃତ୍ୟୁବରଣ କରିଥିଲେ। ଫଳରେ ରାୟଗଡ ଜିଲ୍ଲାର ବରମେଳା ବ୍ଲକର ହଟ୍ଟାପଲୀ, ଅମଲିପାଲୀ, ଛିନ୍ଦପତେରା, ମଞ୍ଜୁରପଲୀ, ଜଗଦୀଶପୁରରେ ଏହି ଗ୍ରାମର ଲୋକେ ହୋଲି ଖେଳିନଥାନ୍ତି।

ଏହି ସମସ୍ତ ଗ୍ରାମରେ ହୋଲିକା ଦହନରେ ମଧ୍ୟ ରଙ୍ଗ ଖେଳ ହୁଏ ନାହିଁ। ଜଣେ ବୟୋଜେଷ୍ଠଙ୍କ କହିବାନୁସାରେ, ସେ ଜନ୍ମରୁ ହୋଲି ଖେଳି ନାହାଁନ୍ତି। ତାଙ୍କ ପୂର୍ବ ପୀଢି ମଧ୍ୟ ହୋଲି ନଖେଳିବାକୁ କହୁଥିଲେ। ସେ କହିଛନ୍ତି ଯେ, ହୋଲି ଖେଳିବାରୁ ଜଣେ ଜମିଦାରଙ୍କୁ ଗୋଟିଏ ବାଘ ନେଇଯାଇଥିଲା। ଏହି ଘଟଣାପରେ ଗ୍ରାମ ମୁଖିଆଙ୍କୁ ସ୍ୱପ୍ନ ହୋଇଥିଲା। ଏହାପରେ ଗ୍ରାମରେ ହୋଲି ନଖେଳିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

   Related Posts