ଦୁର୍ବଳ ହେଲା ଲଘୁଚାପ : ବଡ ବର୍ଷାର ସମ୍ଭାବନା ନାହିଁ, ଏହି ସବୁ ଜିଲ୍ଲାରେ ହୋଇପାରେ ସାମାନ୍ୟ ବର୍ଷା

Published By : Prameya-News7 Bureau | August 30, 2019 IST

ଭୁବନେଶ୍ବର ୩୦|୮: ଦୁର୍ବଳ ହୋଇଛି ଲଘୁଚାପ । ଉତ୍ତର –ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା  ଘୁର୍ଣିବଳୟ ଯାହା ଲଘୁଚାପରେ ପରିଣତ ହୋଇଥିଲା ତାହା ଦୁର୍ବଳହୋଇଛି । ତେଣୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା କମ ।

ତେବେ କେବଳ ମାଲକାନାଗିରି ଓ କୋରାପୁଟରେ କିଛିଟା ଅଧିକ ପରିମାଣର ବର୍ଷାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ସାରା ରାଜ୍ୟରେ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାନା ରହିଛି  ।

ସେପଟେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗଳ,ଢେଙ୍କାନାଳ,କଟକ,ଯାଜପୁର, କେନ୍ଦ୍ରପଡା,ନୟାଗଡ,ଓ ଖୋର୍ଧାରେ ଅପରାହ୍ନରେ କାଳବୈଶାଖିଜନିତ ବର୍ଷାର ସମ୍ଭାବନା ରହିଥିବା ସୂଚନା ଦେଇଛି ବିଭାଗ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.