ଦିବ୍ୟାଙ୍ଗ ହେଲେ ବି ଯଦୁମଣିଙ୍କୁ ମିଳୁନାହିଁ ସରକାରୀ ସହାୟତା

Published By : Prameya-News7 Bureau | October 24, 2019 IST

ସୋନପୁର ୨୪।୧୦ - ଗରିବ ହିତାଧିକାରୀଙ୍କ ପାଇଁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯେ।ଜନା ଓ ବିଜୁ ପକ୍କା ଘର ଯେ।ଜନା ରହିଛି । କିନ୍ତୁ ରାଜ୍ୟର ଅନେକ ଲେ।କ ଅଛନ୍ତି, ଯେଉଁମାନଙ୍କ ପାଇଁ ପକା ଘର ସ୍ବପ୍ନ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପଥରଟେକା ଗାଁର ଦିବ୍ୟାଙ୍ଗ ଜଦୁମଣୀ । ପଲିଥିନ୍ ତଳେ ଜୀବନ ବିତାଉଛନ୍ତି ଜଦୁମଣୀ ଓ ତାଙ୍କ ପରିବାର । 

{"id":174276}

ଯଦୁମଣୀ କୁମ୍ଭାର । ୫ ବର୍ଷ ତଳେ କିଡନୀ ରେ।ଗରେ ଆକ୍ରାନ୍ତ ହେ।ଇଥିଲେ ଯଦୁମଣି । ବିଭିନ୍ନ ଡାକ୍ତରଖାନା ବୁଲି ଚିକିତ୍ସା କରାଇଲେ । ହେଲେ କିଛି ଲାଭ ହେଲାନି । ଅଣ୍ଟା ପୁରା ବଙ୍କା ହେ।ଇଗଲା । କାମଧନ୍ଦା ଦୂରର କଥା ଚଲାବୁଲା ବି କରିପାରୁନାହାନ୍ତି । ଘରର ଏକମାତ୍ର ରେ।ଜଗାରିଆ ବ୍ୟକ୍ତି ଅଚଳ ହେବା ପରେ ଏବେ ସ୍ଥିତି ସାଂଘାତିକ । ଏଭଳି ସଙ୍କଟ ବେଳେ ପ୍ରକୃତି ଦାଉ ସାଧିଛି ଯଦୁମଣୀଙ୍କୁ । ଗତ ବର୍ଷାରେ ଯଦୁମଣୀଙ୍କ ଘର ଭାଙ୍ଗଯାଇଛି । ସେବେଠୁ ପଲିଥିନ୍ ତଳେ ପଡି ରହିଛନ୍ତି ପୁରା ପରିବାର ।ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କଲେଣି । କିନ୍ତୁ କେହି ଶୁଣୁନଥିବା ଅଭିଯେ।ଗ କରିଛନ୍ତି ଯଦୁମଣି ।

{"id":174277}

ଜମି ବାଡି କିଛି ନଥିବା ବେଳେ ଯଦୁମଣି ଦିବ୍ୟାଙ୍ଗ । ହେଲେ କୌଣସି ବି ସରକାରୀ ଯେ।ଜନାରେ ଅନ୍ତର୍ଭୁକ୍ତ ନାହାନ୍ତି ସେ । ଦିବ୍ୟାଙ୍ଗ ଭତ୍ତା ଠାରୁ ବିପିଏଲ ତାଲିକା ଯାଏ େକଉଁଠି ବି ତାଙ୍କ ନାଁ ନାହିଁ । ଯେଉଁଥିପାଇଁ ଘେ।ର ଅସନ୍ତେ।ଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ସେପଟେ ଖୁବ୍ ଶୀଘ୍ର ତଦନ୍ତ କରି ପକ୍କାଘର ବ୍ୟବସ୍ଥା କରାଯିବ ବୋଲି ଚିରାଚରିତ ଢଙ୍ଗରେ କହିଛନ୍ତି ବିଡିଓ ନିହାର ରଞ୍ଜନ କହଁର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.