ସମଲିଙ୍ଗୀଙ୍କୁ ପ୍ଲାଜମା ଟ୍ରାଏଲ୍ ମନା, ଲଣ୍ଡନ ମେଡିକାଲର ଅଜବ ନୀତି

Published By : Prameya-News7 Bureau | May 03, 2020 IST

ଲଣ୍ଡନ, ୦୩|୦୫:  ଲଣ୍ଡନରେ ସମଲିଙ୍ଗୀଙ୍କୁ  କରୋନା ମୁକାବିଲାରେ ପ୍ଲାଜମା ଟ୍ରାଏଲ୍ ପାଇଁ ଅନୁମତି ମିଳିନାହିଁ । ଲଣ୍ଡନର ଏନଏଚଏସ ଗଏସ୍ ଓ ସେଣ୍ଟ୍ ଥୋମାସ୍ ହସ୍ପିଟାଲରେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କଠାରୁ ପ୍ଲାଜମା ସଂଗ୍ରହ କରିଥିଲା । କିନ୍ତୁ ଏଠାରେ ସମଲିଙ୍ଗୀଙ୍କଠାରୁ ପ୍ଲାଜମା ନିଆଯାଇ ନଥିଲା ।

ରବିବାର ପ୍ରାୟ ୬,୫୦୦ଜଣ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ପଞ୍ଜିକରଣ କରିଥିଲେ । କିନ୍ତୁ ସମଲିଙ୍ଗୀଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ ନାହିଁ ବୋଲି  ଏନଏଚଏସ କହିଥିଲା । କ୍ରିଟିକାଲ୍ କେୟାର୍ ମ୍ୟାନେଜର ଆଣ୍ଡି  ରବର୍ଟ କହିଛନ୍ତି ଯେ, ତାଙ୍କର କରୋନା ଟେଷ୍ଟ୍ ପଜିଟିଭ୍ ଆସିଥିଲା । ପରେ ସେ ସୁସ୍ଥ ହୋଇଥିଲେ । କିନ୍ତୁ ପ୍ଲାଜମା ଟ୍ରାଏଲ ପାଇଁ ତାଙ୍କ ଅନୁମତି ଦିଆଯାଇ ନଥିଲା ।  ଏନଏଚଏସର ଜଣେ କର୍ମୀ ତାଙ୍କୁ ଲିଙ୍ଗ ବାବଦରେ ପଚାରି ବୁଝିଥିଲେ ।

ରବର୍ଟଙ୍କ ସାଥୀ କେଇଥ୍ ଓ୍ୱାର୍ଡ କହିଛନ୍ତି ଯେ, ଉଭୟ ୩୦ ବର୍ଷ ହେଲା ଏକାଠି ରହୁଛନ୍ତି । ଏହାକୁ ନେଇ ରବର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସମଲିଙ୍ଗୀ ହୋଇଥିବାରୁ ତାଙ୍କୁ ଏହି ସୁଯୋଗ ଦିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଗାଇଡଲାଇନ୍ ଅନୁସାରେ ପ୍ଲାଜମା ସଂଗ୍ରହ କରାଯାଉଛି ବୋଲି ଏନଏଚଏସ ସଫେଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.