ରାଜ୍ୟରେ ବନ୍ୟା ସ୍ଥିତି ନାହିଁ : ଡେପୁଟି ରିଲିଫ କମିଶନର
17/08/2019 at 2:57 PM

ଭୁବନେଶ୍ବର ୧୭|୮: ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର । ତେବେ କେନ୍ଦ୍ରାପଡା ଏବଂ ପୁରୀର କିଛି ତଳିଆ ଅଞ୍ଚଳରେ ପାଣି ଜମିଛି । ପୁରୀରେ ୪୦, ଖୋର୍ଦ୍ଧାରେ ୪୮, କଟକରେ ୫୫୦ ଲୋକଙ୍କୁ ରିଲିଫ୍ କ୍ୟାମ୍ପ୍ ରେ ରଖାଯାଇଛି । ଅତି ପ୍ରଭାବିତ ବଲାଙ୍ଗିର ଜିଲ୍ଲାରେ ୫୬ଟି କ୍ୟାମ୍ପ୍ ରେ ୧୯ହଜାର ଲୋକଙ୍କୁ, ସୁବର୍ଣ୍ଣପୁର ଜିଲ୍ଲାର ୨୪ଟି କ୍ୟାମ୍ପ୍ ରେ ୩୯୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।