ବାତ୍ୟା ‘ୟାସ୍’ ପରେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, କିନ୍ତୁ ବିପଦ ସଙ୍କେତ ଉପରେ ରହିଛି ବୈତରଣୀ

Published By : Prameya-News7 Bureau | May 27, 2021 IST

ଭୁବନେଶ୍ବର ୨୭।୫: ରାଜ୍ୟରେ ବାତ୍ୟା ‘ୟାସ୍’ ପରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଙ୍କେତ ଉପରେ ଜଳ ପ୍ରଭାବିତ ହେଉଛି । ବର୍ତ୍ତମାନ ୩୮.୩୬ ମିଟର ସହ ବିପଦ ସଙ୍କେତ ଉପରେ ରହିଛି । ଆଗକୁ ଏହିଠାରେ ୪୦.୮୫ ମିଟରରେ ଜଳ ପ୍ରବାହିତ ହେବ । ଆଖୁଆପଦା ଠାରେ ଜଳସ୍ତର ବଢ଼ିବ ।

ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ତଳେ ଜଳ ପ୍ରବାହିତ ହେଉଛି । ସାଳନ୍ଦୀ ନଦୀରେ ବି ଜଳସ୍ତର କମ୍ ରହିଛି । ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ବାରା ଅନେକ ଲୁଣା ବନ୍ଧ ଡ୍ୟାମେଜ ହୋଇଛି । ତାର ଆକଳନ କରାଯାଉଛି । କେନ୍ଦ୍ରାପଡା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.