Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟରେ ଏବେ ନାହିଁ ବନ୍ୟା ଆଶଙ୍କା : ଜଳକାରେ ଫ୍ଲାସ୍ ଫ୍ଲଡ୍, ବିପଦ ସଙ୍କେତ ତଳେ ଅନ୍ୟ ସବୁ ନଦୀ

19/08/2020 at 2:23 PM

ଭୁବନେଶ୍ବର ୧୯।୮: ରାଜ୍ୟରେ ନାହିଁ ବନ୍ୟା ଡର । ପ୍ରବଳ ବର୍ଷା ଓ ସାମ୍ଭାବ୍ୟ ବନ୍ୟା ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କେବଳ ଜଳକା ନଦୀରେ ବନ୍ୟା ସ୍ଥିତି ଅଛି । ତାହା କେବଳ ଫ୍ଲାସ୍ ଫ୍ଲଡ୍ । ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ । ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ସ୍ଥିତି ଉପରେ ବିଭାଗ ପକ୍ଷରୁ ପୁରା ନଜର ରଖାଯାଇଛି ।

ହୀରାକୁଦ ଜଳଭଣ୍ଡାର ୧୪ଟି ଗେଟ୍ ଖୋଲା ରହିଛି । ଖୁବଶୀଘ୍ର ଦୁଇଟି ଗେଟ୍ ବନ୍ଦ କରାଯିବ । ଜଳଭଣ୍ଡାରର ଜଳସ୍ତର ୬୧୫.୪୧ ରହିଛି । ଜଳଭଣ୍ଡାରକୁ ଅଢେଇ ଲକ୍ଷ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଗତ ୨୪ ଘଣ୍ଟାରେ ହୀରାକୁଦର ଉପରେ ମୁଣ୍ଡରେ ବର୍ଷା ହୋଇନାହିଁ । ଆଗକୁ ଆସୁଥିବା ଲଘୁଚାପ ଲାଗି ମଧ୍ୟ ବିଭାଗ ପ୍ରସ୍ତୁତ ରହିଛି । ରାଜ୍ୟରେ ଏବେ ୪୮ଟି ନଦୀବନ୍ଧ ଦୁର୍ବଳ ରହିଛି । ସେଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ।

୨୪ ଘଣ୍ଟାର ବର୍ଷା ରେକର୍ଡ ଅନୁଯାୟୀ ହୀରାକୁଦର ଉପର ମୁଣ୍ଡରେ ୧ ମିମି ଓ ତଳ ମୁଣ୍ଡରେ ୫.୫ମିମି ବର୍ଷା ରେକର୍ଡ ହୋଇଛି । ଇବ୍ ଓ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଅଧିକ ବର୍ଷାର ସମ୍ଭାବନା ରହିଛି । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ୨୩ରେ ଆସୁଥିବା ଲଘୁଚାପର ପ୍ରଭାବ ପଶ୍ଚିମ ଓଡିଶାକୁ ଅଧିକ ରହିବ । ଗତ ୨୪ ଘଣ୍ଟାରେ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇନାହଁ । ରାଜ୍ୟରେ ଜଳକାକୁ ଛାଡି ଅନ୍ୟ ସମସ୍ତ ନଦୀରେ ଜଳସ୍ତର ଯଥେଷ୍ଟ ବିପଦ ସଙ୍କେତ ତଳେ ରହିଛି ।

   Related Posts