Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବର୍ଷା ଯୋଗଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି, କିନ୍ତୁ ବନ୍ୟା ଆଶଙ୍କା ନଥିବା କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

21/08/2020 at 2:59 PM

ଭୁବନେଶ୍ୱର, ୨୧|୦୮ : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଫଳରେ ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଲାଣି । ତେବେ ବନ୍ୟା ସ୍ଥିତି ନଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତ୍ରିମୟ ରଥ ।

ଜ୍ୟୋତ୍ରିମୟ କହିଛନ୍ତି ଯେ, ରାଜ୍ୟରେ ବର୍ଷା ଯୋଗୁଁ ନଦୀରେ ପାଣି ଅଛି । କିନ୍ତୁ ବନ୍ୟା ସ୍ଥିତି ନାହିଁ । ବନ୍ୟାର ଆଶଙ୍କା ବି ନାହିଁ । ତେବେ ୨ଟି ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ବୈତରଣୀ ନଦୀର ଜଳ ଆଖୁଆପଦାଠାରେ ୧୮. ୮୫ରେ ରହିଛି । ଏହାର ବିପଦ ସଙ୍କେତ ୧୭.୮୩  ଅଟେ ।

ସେହିପରି ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି । ସବୁ ନଦୀ ବନ୍ଧ ସୁଦୃଢ଼ ଅଛି ଦୁର୍ବଳ ନାହିଁ । ଏତତ୍ ବ୍ୟତୀତ ହୀରାକୁଦକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୫ ହଜାର ଘନ ଫୁଟ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୩୩ ହଜାର ଘନ ଫୁଟ ନିଷ୍କାସନ ହେଉଛି । ତେବେ ଗତ ୨୪ ଘଂଟାରେ ମାଲକାନଗିରି , ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ୨ ଇଂଚ ରୁ ଅଧିକ ବର୍ଷା ହୋଇଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

   Related Posts