Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଦିଲ୍ଲୀ, ମୁମ୍ବାଇ ସହିତ ୬ ସହରରୁ କୋଲକାତା ପାଇଁ ବିମାନ ମନା, କରୋନା ପାଇଁ ନିଷ୍ପତ୍ତି ନେଲେ ମମତା ସରକାର

4/07/2020 at 4:14 PM

କୋଲକାତା ୦୪।୦୭: କରୋନା ଭୂତାଣୁ ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର କିଛି ସହରର ବିମାନ ସେବା ଉପରେ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। କୋଲକାତା ବିମାନ କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି ଯେ, ଜୁଲାଇ ୬ ରୁ ୧୯ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଓ ଅହମ୍ମଦାବାଦରୁ ଲୋଲକାତା ପାଇଁ କୌଣସି ବିମାନକୁ ଅନୁମତି ଦିଆଯିବ ନାହିଁ।

କୋଲକାତା ବିମାନ ବନ୍ଦର ନିର୍ଦ୍ଦେଶକ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍-୧୯ର ଭୟାବହତା କାରଣରୁ ପଶ୍ଚିମବଙ୍ଗ ସରକାରଙ୍କ ଅପିଲ୍‌କୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଛଅ ମହାନଗରରେ ହିଁ ଦେଶର ସବୁଠୁ ଅଧିକ କରୋନା ସଂକ୍ରମିତ ଅଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି।

ପଶ୍ଚିମବଙ୍ଗରେ ଅଦ୍ୟାବଧି କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ୪୮୮ ରହିଛି। ରାଜ୍ୟରେ ଏହି ମହାମାରୀରେ ୭୧୭ ଜଣ ପ୍ରାଣ ହରାଇ ସାରିଥିବା ବେଳେ ୧୩ ହଜାର ୫୭୧ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୬୨୦୦ ରହିଛି।

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବିକଟାଳ ରୂପ ନେବାରେ ଲାଗିଛି। ସ୍ଥିତି ଏମିତି ଯେ, ଗତ ୨୪ ଘଣ୍ଟାରେ ରେକର୍ଡ ୨୨, ୭୭୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୪୮ ହଜାର ୩୧୫ରେ ପହଞ୍ଚିଛି। ଏହି ସମୟରେ ୪୪୨ ଲୋକଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୮,୬୫୫ ହୋଇଛି।

   Related Posts