ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା

Published By : Prameya-News7 Bureau | April 14, 2021 IST

ବାଲେଶ୍ବର ୧୪।୪: ଆଜିଠୁ ସମୁଦ୍ର ଭିତରେ ମାଛ ଧରା ବନ୍ଦ ହେଲା । ବାଲେଶ୍ବରରେ ଅପ୍ରେଲ ମାସ ୧୪ ତାରିଖରୁ ଜୁନ୍ ମାସ ୧୫ ତାରିଖ ଯାଏଁ ସମୁଦ୍ରରେ ମାଛ ଧରା ବନ୍ଦ ରହିବ । ଏହି ସମୟରେ ସମୁଦ୍ର ଭିତରେ ମାଛ ମାରି ପାରିବେନାହିଁ ମତ୍ସ୍ୟଜୀବୀ ।

{"id":438253,"width":839,"height":472,"sizeSlug":"large","linkDestination":"none"}

ଏହି ସମୟରେ ମାଛ ବଂଶ ବିସ୍ତାର କରିଥାଏ । ସେଥିପାଇଁ ସମୁଦ୍ର ଭିତରେ କୌଣସି ଇଂଜିନ ଚାଳିତ ଡଙ୍ଗା ପ୍ରବେଶ କରି ପାରିବ ନାହିଁ । ତେଣୁ ସମୁଦ୍ର ଭିତରେ ଏହି ସମୟରେ ମାଛ ମାରିବା ବାରଣ କରାଯାଇଛି । ଏ ନେଇ ବାଲେଶ୍ବର ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.