ସମୁଦ୍ରରେ ମାଛ ଧରିବା ଉପରେ କଟକଣା, ମେ’ ୩୧ ପର୍ଯ୍ୟନ୍ତ ରହିବ ବଳବତ୍ତର

Published By : Prameya-News7 Bureau | November 01, 2021 IST

ପୁରୀ ୧।୧୧: ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ସମୁଦ୍ରରେ ମାଛ ଧରିବା ଉପରେ ଲାଗିଛି କଟକଣା। ସୋମବାରଠାରୁ ଜାରି ହୋଇଥିବା ଏହି କଟକଣା ଆସନ୍ତା ମେ’ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ବିରଳ ଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ଡାଦାନ ଋତୁ ଆସିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି କଟକଣା ଲାଗୁ ହୋଇଛି। କଟକଣାକୁ ଉଲ୍ଲଂଘନ କଲେ ଡ଼ଙ୍ଗା ଓ ଟ୍ରଲର ଜବତ ସହ ଜେରିମନାର ବ୍ୟବସ୍ଥା କରାଯାଇଛି।

{"id":536809,"sizeSlug":"full","linkDestination":"none"}

ପ୍ରତିବର୍ଷ ନଭେମ୍ବରରୁ ମେ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ଡାଦାନ ପାଇଁ ରାଜ୍ୟର ଋଷିକୁଲ୍ୟା, ଦେବୀନଦୀ ମୁହାଣକୁ ଆସିଥାନ୍ତି । ତେବେ ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡ଼ଙ୍ଗା, ବେଆଇନ ଟ୍ରଲର ଚଳାଚଳ ଯୋଗୁଁ ସେମାନେ ବହୁ ସଂଖ୍ୟାରେ ମୃତ୍ୟୁବରଣ କରିଥାନ୍ତି। ଏହାସହ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଥାଏ। ଏଣୁ ଏମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାଛଧରା ଉପରେ କଟକଣା ଲଗାଯାଇଥାଏ। ତେବେ ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ କହିଛନ୍ତି।

{"id":536810,"sizeSlug":"full","linkDestination":"none"}

ଦେବୀନଦୀ ମୁହାଣଠାରୁ ୨୦ କି.ମି. ପରଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ରଠାରୁ ୫ କି.ମି. ପରଧି ମଧ୍ୟରେ ମାଛ ଧରାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ । ମାଛଧରା କଟକଣାକୁ ଉଲ୍ଲଘଂନ କଲେ ଜରିମନା, ଜେଲଦଣ୍ଡ ସହ ଟ୍ରଲର ଓ ଡ଼ଙ୍ଗା ଜବତ କରାଯିବ। 

{"id":536811,"sizeSlug":"full","linkDestination":"none"}

ଅନ୍ୟପଟେ ସମୁଦ୍ରରେ ମାଛ ମାରିବା ନେଇ ମତ୍ସ୍ୟଜୀବୀଙ୍କ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାରୁ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ତେବେ ସମୁଦ୍ରରେ ମାଛ ମାରିବା ନେଇ ପ୍ରଶାସନର କଟକଣାକୁ ମତ୍ସ୍ୟଜୀବୀମାନେ ସ୍ବାଗତ କରିଥିବା ବେଳେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନକୁ ମତ୍ସ୍ୟଜୀବୀମାନେ ଅନୁରୋଧ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.