Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

‘କୋହଲିଙ୍କୁ ଡରେନି କି ଖାତିର କରେନି’, ବିରାଟଙ୍କୁ ଚ୍ୟାଲେଞ୍ଜ୍ ଦେଲେ ୧୭ ବର୍ଷୀୟ ପାକିସ୍ତାନୀ ବୋଲର

1/06/2020 at 5:51 PM

ଲାହୋର, ୦୧|୦୬:  ବର୍ତ୍ତମାନ ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍ । ସେ ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ ନୂଆ କିର୍ତ୍ତୀ ନିଜ ନାମରେ ଲେଖିଛନ୍ତି । ପ୍ରାୟତଃ ସବୁ ବୋଲର ତାଙ୍କୁ ସାମ୍ନା କରିବାକୁ ଭୟ କରନ୍ତି  । କିନ୍ତୁ ପାକିସ୍ତାନର ଜଣେ ୧୭ ବର୍ଷର ବୋଲର ନସୀମ ଶାହ ବିରାଟଙ୍କୁ ଚ୍ୟାଲେଞ୍ଜ୍ ଦେଇଛନ୍ତି । ରାଓ୍ୱଲପିଣ୍ଡିରେ ରହୁଥିବା ଏହି ବୋଲର ଟେଷ୍ଟ୍ କ୍ରିକେଟରେ ହ୍ୟାଟ୍ରିକ୍ ନେଇଥିବା ସବୁଠାରୁ କନିଷ୍ଠ ବୋଲର ।

ଏହି ବୋଲରଜଣଙ୍କ କହିଛନ୍ତି ଯେ, ସେ ବିରାଟଙ୍କୁ ସାମ୍ନା କରିବା ପାଇଁ ଉତ୍ସାହିତ । ସେ ଏଥିପାଇଁ ଅପେକ୍ଷା କରି ରହିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହି ମ୍ୟାଚ୍ ହିଁ କୌଣସି ଖେଳାଳିଙ୍କୁ ହିରୋ ବନାଇଦିଏ । ଏବେ ଉଭୟ ଦଳ ମଧ୍ୟରେ କମ୍ ମ୍ୟାଚ ଖେଳାଯାଉଛି । ତେଣୁ ମ୍ୟାଚ୍‌ର ଗୁରୁତ୍ୱ ବଢିଯାଇଛି ।

କୋହଲିଙ୍କୁ ନେଇ ସେ କହିଛନ୍ତି ଯେ, ସେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ । ନିଜ ଫ୍ୟାନଙ୍କୁ ସେ ନିରାଶ କରିବେ ନାହିଁ । ଏପରିକି ସେ କୋହଲିଙ୍କୁ ଖାତିର କରନ୍ତି ନାହିଁ କି ଡରନ୍ତି ନାହିଁ ବୋଲି କହିଛନ୍ତି ।

୧୭ ବର୍ଷୀୟ ନସୀମ ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ । ସେ ନିଜ ପଦାର୍ପଣ ମ୍ୟାଚରେ ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ଆଉଟ୍ କରିଥିଲେ ।  

   Related Posts