ଓଡିଶାକୁ ବାତ୍ୟା ବିପଦ ନାହିଁ , ୮ ରୁ ୧୦ ଯାଏଁ ବର୍ଷିବ, ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | November 07, 2019 IST

ଭୁବନେଶ୍ୱର - ଓଡିଶାକୁ ବାତ୍ୟା ବିପଦ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ନଥିବା ଏସଆରସି କହିଛନ୍ତି । ସାମୁଦ୍ରିକ ବାତ୍ୟା ବୁଲବୁଲ ପାରାଦୀପ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୬୮୦ କିଲୋମିଟର ଦୂରରେ ରହିଛି । ଏହା ୨୪ ଘଣ୍ଟା ଭିତରେ ଭୀଷଣ ଚକ୍ରବାତର ରୂପ ନେବା ସହ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଭାରତୀୟ ପାଣିପାଗ ବାତ୍ୟା ବୁଲବୁଲ ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି । ଓଡିଶା ଉପକୂଳକୁ ଓଡିଶା ଛୁଇଁବ ନାହିଁ, ତେବେ ଆସନ୍ତାକାଲିଠାରୁ ଉପକୂଳ ଏବଂ ଉତ୍ତର ଓଡିଶାରେ ବର୍ଷା ହେବ । ୧୦ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ଏହି ସମୟରେ ପବନର ବେଗ ୮୦ରୁ ୯୦କିଲୋମିଟର ରହିପାରେ । କିଛି ସ୍ଥାନରେ ପବନ ଯୋଗୁ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡିପାରେ ।

{"id":180424}

ସାମ୍ଭାବ୍ୟ ବାତ୍ୟା ବୁଲବୁଲକୁ ନେଇ ଲୋକସେବା ଭବନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିଡିଓ କନ୍ଫରେନ୍ସିଂ ହୋଇଥିଲା। IMD DG ପ୍ରେଜେଣ୍ଟସନ ଦେଇଥିଲେ।

୮ ଉପର ବେଳାରୁ ବର୍ଷା ହେବ

୯ ରେ ବି ବର୍ଷିବ।

୧୦ ରୁ ବର୍ଷା କମିବ।

 ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷିବ

 ୯ରେ ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, କଟକ, ଭଦ୍ରକ, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ।

 ବର୍ଷର ପରିମାଣ ଅଧିକ ହେବ। ପବନର ବେଗ ୮୦ରୁ ୯୦ କିମି ରହିବ। ତେଣୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ।

କଚ୍ଚା ଘର, ବିଜୁଳି, ସଡକ ବିଛିନ୍ନ, ରାସ୍ତା , ଗଛ ଭାଙ୍ଗିଯିବ।

 ଓଡିଶା ଓ ପଶ୍ଚିମବଙ୍ଗ ରେ ଏଭଳି ସ୍ଥିତି ରହିବ

ଯେଉଁଠାରେ କେନ୍ଦ୍ରୀଭୂତ ହେବ ପବନର ବେଗ  ୧୫୦ କିମି ଘଣ୍ଟାପ୍ରତି ରହିବ।

 ଆଗାମୀ ୩ ଦିନ ଯାଏ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବା ମନା। ସବୁ ବୋଟ ଆଜି ରାତିସୁଦ୍ଧା ଫେରି ଆସିବାକୁ କୁହାଯାଇଛି।

{"id":180425}

 ଆଜିଠାରୁ ଓଡ୍ରାଫ ଟିମ ସବୁ ଜିଲ୍ଲାକୁ ୨ଟି ୟୁନିଟ, ସବୁ ଜିଲ୍ଲାକୁ NDRF ଗୋଟିଏ ୟୁନିଟ ପଠାଯିବ। ଜିଲ୍ଲାପାଳଙ୍କ ସହିତ ଭିଡିଓ କନ୍ଫରେନ୍ସିଂ କରି ପ୍ରସ୍ତୁତି ନେଇ ଆଲୋଚନା ହେବ। ଆବଶ୍ୟକ ପଡ଼ିଲେ ତଳିଆ ଅଂଚଳର ଲୋକଙ୍କୁ ଥଇଥାନ କରାଯିବ।  ୧୦ଯାଏ ସବୁଠି ଅଫିସର ସତର୍କ ରହିବେ। ବର୍ତ୍ତମାନର ଗତିବିଧି ଅନୁସାରେ ଓଡ଼ିଶାରେ ଲାଣ୍ଡଫଲ ହେବାର ନାହିଁ। ୯ ରେ ପାରାଦ୍ୱୀପ ଠାରୁ୧୪୦ କିମି ଦୂରରେ ରହିବ।

ସାମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ସତର୍କତା ଜାରି କରାଯାଇଛି । କୃଷି ବିଭାଗର ଆଡଭାଇଜରି ଅନୁସାରେ ଚାଷୀମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ୭, ୮, ୯, ୧୦ ତାରିଖରେ ସମୁଦ୍ର ଭିତରକୁ ନଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । କାରଣ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ପୁରୀ, କେ

ନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୮୦ ରୁ ୯୦ କିମି ପ୍ରତି ଘଣ୍ଟାରେ ପହନ ବହିବ । ୧୦ ତାରିଖ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ । ବାଲେଶ୍ବର, ମୟୂରଭଞ୍ଜ ଓ କଟକ ଜିଲ୍ଲାରେ ମଧ୍ୟ ପ୍ରଭାବ ରହିବ ।  ଅଧିକ ବର୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସେଲଟର ହୋମ ଗୁଡିକରେ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । କିଛି ସ୍ଥାନରେ  ଏନଡିଆରଏଫ ମୁତୟନ କରାଯିବ । ଆବଶ୍ୟକ ପଡିଲେ ଉଦ୍ଧାର କାର୍ଯ୍ୟରେ ପୋଲିସକୁ ନିୟୋଜିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.