Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଏବର୍ଷ ବି ବିନା ପରୀକ୍ଷାରେ ପାସ୍ କରିବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ! ଏପ୍ରିଲରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ

12/03/2021 at 8:44 AM

ଭୁବନେଶ୍ୱର,୧୨/୦୩: ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ପାସ୍‌ ହେବେ । ଆଉ ବାର୍ଷିକ ପରୀକ୍ଷା ହେବନାହିଁ । ସେମାନଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । ଅନ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସ୍ଥିତିକୁ ଆଖି ଆଗରେ ରଖି ଏଭଳି ଚିନ୍ତା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଶିକ୍ଷା କ୍ୟାଲେଣ୍ଡର ଅନୁସାରେ ଆଉ ମାସେ ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ହେଲେ ଏଯାଏଁ ୨୦୨୦-୨୧ ଶିକ୍ଷାବର୍ଷରେ ପଢୁଥିବା ପ୍ରଥମରୁ ଅଷ୍ଟମ ପିଲା ସ୍କୁଲ ବାରଣ୍ଡା ମାଡ଼ିଲେନି । ନବମରୁ ଦ୍ୱାଦଶ କ୍ଲାସ୍‌ ହୋଇଥିବାବେଳେ ପ୍ରଥମରୁ ଅଷ୍ଟମ ପିଲା କ୍ଲାସ୍‌ ଆସିନାହାନ୍ତି । ଏପଟେ କରୋନା ସଂକ୍ରମଣର ଭୟ ପାଇଁ ସେମାନଙ୍କ ସ୍କୁଲ ଆଉ ନଖୋଲିପାରେ ବୋଲି ଆଲୋଚନା ହେଉଛି । ତେଣୁ ପିଲାଙ୍କୁ ଏଥର ବି ଉପର ଶ୍ରେଣୀକୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଦୀର୍ଘ ୯ ମାସ ସ୍କୁଲ ବନ୍ଦ ପରେ ପ୍ରଥମେ ଦଶମ ଓ ଦ୍ୱାଦଶ ପିଲାଙ୍କ କ୍ଲାସ୍‌ ହେଲା । ଏହାର ଗୋଟିଏ ମାସ ପରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ଚାଲିଲା । ପରେ ପ୍ରଥମରୁ ଅଷ୍ଟମ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ହୋଇଥିଲା । ବିଭିନ୍ନ ସ୍ତରରେ ଆଲୋଚନା ଆଉ ପର୍ଯ୍ୟାଲୋଚନା ପରେ ଗତ ଫେବ୍ରୁଆରୀ ଶେଷ ଆଡ଼କୁ ଖୋଲିବ ବୋଲି ଯୋଜନା ରହିଥିଲା । କିନ୍ତୁ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ ପରି ରାଜ୍ୟରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ମାର୍ଚ୍ଚରେ ଖୋଲିବ ବୋଲି ବିଭାଗ ପକ୍ଷରୁ ସଂକେତ ମିଳିଥିଲା । ହେଲେ କରୋନାର ବର୍ତ୍ତମାନ ସ୍ଥିତିକୁ ଦେଖି କିଛି ନିଷ୍ପତ୍ତି ହୋଇପାରୁନି ।

ଏପଟେ ମାର୍ଚ୍ଚ ଅଧା ହେଲାଣି । ସ୍କୁଲ ଖୋଲି ପ୍ରଥମରୁ ଅଷ୍ଟମ କ୍ଲାସ୍‌ କରିବାକୁ ବି ଆଉ ସମୟ ନାହିଁ। ତେଣୁ ସେମାନଙ୍କର ଅନ୍‌ଲାଇନ୍‌ କ୍ଲାସ୍‌ ଓ ପରୀକ୍ଷାକୁ ଭିତ୍ତି କରି ଉପର ଶ୍ରେଣୀକୁ ପାସ୍‌ କରାଯିବ। ଆଉ ସେମାନଙ୍କର ଚଳିତ ଶିକ୍ଷା ବର୍ଷ ପାଇଁ ସ୍କୁଲ ଖୋଲିବ ନାହିଁ । ଏକାଥରକେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

   Related Posts