କାଢ଼ାରେ କ’ଣ ହୋଇପାରେ ଲିଭର ଖରାପ? ଜାଣନ୍ତୁ ଆୟୁଷ ମନ୍ତ୍ରାଳୟର ଉତ୍ତର

Published By : Prameya-News7 Bureau | October 07, 2020 IST

ନୂଆଦିଲ୍ଲୀ ୦୭/୧୦: ବହୁ ଦିନ ପର୍ଯ୍ୟନ୍ତ କାଢ଼ା ପିଇଲେ ଲିଭର ସମସ୍ୟା ସୃଷ୍ଟି ହୁଏ ବୋଲି ଅନେକ ଦାବି କରୁଥିଲେ। ଏବେ କିନ୍ତୁ ଏହି ଦାବିକୁ ଖଣ୍ଡନ କରିଛି ଆୟୁଷ ମନ୍ତ୍ରାଳୟ। ମଙ୍ଗଳବାର ଏହାକୁ ନେଇ ଯେଉଁ ସବୁ ଦାବି ହୋଇ ଆସୁଥିଲା ସେସବୁକୁ ଖଣ୍ଡନ କରିଛି ମନ୍ତ୍ରାଳୟ। ଆୟୁଷ ମନ୍ତ୍ରାଳୟ କହିଛି କାଢ଼ା ଯୋଗୁ ଲିଭରରେ ସମସ୍ୟା ଉପୁଜିବା ନିହାତି ଭାବେ ଭୁଲ ଧାରଣା। କାଢ଼ା ତିଆରି ପାଇଁ ଯେଉଁ ସବୁ ଜିନିଷର ପ୍ରୟୋଗ କରାଯାଏ ସେହି ସବୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ। ଆୟୁଷ ମନ୍ତ୍ରାଳୟ ସଚିବ କହିଛନ୍ତି ଡାଳଚିନି, ତୁଳସୀ ଓ କଳା ମରିଚର ଉପଯୋଗରେ କାଢ଼ା ପ୍ରସ୍ତୁତି ହୋଇଥାଏ। ଏହା ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରେ।

ପୂର୍ବରୁ ମନ୍ତ୍ରାଳୟ ଦିନକୁ ୨-୩ ଥର ଏହାକୁ ସେବନ କରିବାକୁ ପରାମର୍ଶ ଦେଇଥିଲେ। ତେବେ କୋଭିଡ-୧୯ ବିରୋଧରେ କାଢ଼ା କେତେ ମାତ୍ରାରେ ପ୍ରଭାବି ତାକୁ ଜାଣିବା ନେଇ ଏବେ ବି ଗବେଷଣା ଜାରି ରହିଛି।

ସୂଚନାଯୋଗ୍ୟ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଧନ ଏକ ଭର୍ଚୁଆଲ କନଫରେନ୍ସ ଜରିଆରେ ‘ଆୟୁ ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ପ୍ରୋଟୋକଲ’ ଲଞ୍ଚ କରିଥିଲେ। ଏହା ଅଧିନରେ କରୋନାର ଲକ୍ଷଣ ନ ଥିବା ରୋଗୀଙ୍କୁ ଔପଚାରିକ ଭାବେ ଆୟୁର୍ବେଦିକ ଟ୍ରିଟମେଣ୍ଟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.