Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

କରନ ଜୋହରଙ୍କ ଘରେ ହୋଇଥିବା ସେଲିବ୍ରିଟିଙ୍କ ପାର୍ଟି ଭିଡ଼ିଓରୁ ମିଳିଲା ନାହିଁ ଡ୍ରଗ୍ସ ପ୍ରମାଣ- ଏନିସିବି

25/10/2020 at 3:27 PM

ନୂଆଦିଲ୍ଲୀ ୨୫/୧୦: ବଲିଉଡ ଫିଲ୍ମ ନିର୍ମାତା ତଥା ନିର୍ଦେଶକ କରନ ଜୋହରଙ୍କ ଘରେ ହୋଇଥିବା ସେଲିବ୍ରିଟି ପାର୍ଟି ଭିଡିଓରୁ କୌଣସି ଡ୍ରଗ୍ସ ବ୍ୟବହାର ହୋଇଥିବା ପ୍ରମାଣ ମିଳି ନାହିଁ। ସେହି ପାର୍ଟିରେ ବଡ଼ ବଡ଼ ଫିଲ୍ମ ଷ୍ଠାର ସାମିଲ ହୋଇଥିଲେ। ଏନସିବି ସୂତ୍ର ଅନୁସାରେ ଏ ପାର୍ଟିର ଭାଇରାଲ ଭିଡିଓ ତଦନ୍ତରୁ ଯେଉଁ ଫରେନସିକ ରିପୋର୍ଟ ତଦନ୍ତ ଏଜେନ୍ସିକୁ ମିଳିଛି ସେଥିରେ କୌଣସି ଡ୍ରଗ୍ସ ବ୍ୟବହାରର ହୋଇଥିବା ଜଣାପଡ଼ି ନାହିଁ।

ତେବେ କରନଙ୍କ ଘରେ ହୋଇଥିବା ସେଲିବ୍ରିଟିଙ୍କ ଏ ପାର୍ଟି ଦୁଇ ବର୍ଷ ପୁରୁଣା। ସେଲିବ୍ରିଟିଙ୍କ ଭାଇରାଲ ଭିଡ଼ିଓ ପାର୍ଟିର ଦ୍ବିତୀୟ ଫରନେସିକ ରିପୋର୍ଟ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ଏବେ ମିଳିଛି। ଗୁଜରାଟର ଗାନ୍ଧି ନଗର ଏଫଏସଏଲ ରିପୋର୍ଟରେ ଭାଇରାଲ ଭିଡିଓର ଧଳା ରଙ୍ଗର ଫଟୋକୁ ରିଫଲେକସନ ଅଫ୍ ଲାଇଟ ଅର୍ଥାତ ଆଲୋକର ଚମକ ବୋଲି ଦର୍ଶାଯାଇଛି।

ଏନସିବିର କହିବା କଥା କୌଣସି ସନ୍ଦିଗ୍ଧ ପଦାର୍ଥ ଭିଡ଼ିଓରେ ନଜର ଆସିନାହିଁ କି ସେମିତି କିଛି ଜିନିଷ ନାହିଁ। ଭିଡ଼ିଓରେ ଡ୍ରଗ୍ସ ଭଳି କୌଣସି ପଦାର୍ଥ ହିଁ ନାହିଁ। ମନଜିର ସିଂହ ସିରସା ଭିଡିଓକୁ ନେଇ ଏନିସିବିରେ ଅଭିଯୋଗ କରିଥିଲେ। ଏହା ପରେ ଏନସିବି ଭାଇରାଲ ଭିଡ଼ିଓକୁ ନେଇ ତଦନ୍ତ ଆରମ୍ଭ କରିଥିଲା।

ସୂଚନାଯୋଗ୍ୟ ଏହି ଭିଡିଓ ୨୦୧୮ର। କରନ ଜୋହରଙ୍କ ଘରେ ବଲିଉଡର କିଛି ଆଗଧାଡିର ସେଲିବ୍ରିଟି ପାର୍ଟି କରିଥିଲେ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଡ୍ରଗ୍ସ କନେକ୍ସନ ତଦନ୍ତ ପରେ ଏହି ଭିଡ଼ିଓ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ପୁଣି ଚର୍ଚା ଆରମ୍ଭ ହୋଇଥିଲା। ଏନସିବି ଡ୍ରଗ୍ସ କନେକ୍ସନରେ ଦୀପିକା ପାଦୁକୋନ, ସାରା ଅଲୀ ଖାନ, ରକୁଲ ପ୍ରୀତ ସିଂହ ସମେତ କିଛି ସେଲିବ୍ରିଟିଙ୍କୁ ଜେରା କରିସାରିଛି।

   Related Posts