Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଚୀନ୍‌କୁ No Entry, ପୁଣି ଝଟକା ଦେଲା ଭାରତ : ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ୱେ ପ୍ରୋଜେକ୍ଟରୁ ଚୀନା କମ୍ପାନୀ ବିଦା

16/07/2020 at 3:59 PM

ନୂଆଦିଲ୍ଲୀ, ୧୬|୦୭: ସୀମାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ହ୍ରାସ ପାଇବା ପରେ କେନ୍ଦ୍ର ସରକାର ଚୀନା କମ୍ପାନୀଙ୍କୁ ଆର୍ଥିକ ଝଟକା ଦେବା ଜାରି ରଖିଛନ୍ତି । ଏବେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ୱେ ପ୍ରୋଜେକ୍ଟରୁ ଦୁଇଟି ଚୀନ କମ୍ପାନୀଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାହାର କରାଯାଇଛି । ଏହି ପ୍ରକଳ୍ପ ପ୍ରାୟ ୮୦୦ କୋଟି ଟଙ୍କାର ରହିଛି ।

ଏହି କମ୍ପାନୀକୁ ଅଧିକାରୀମାନେ ଲେଟର୍ ଅଫ୍ ଆଓ୍ୱାର୍ଡ ଦେବାକୁ ମନା କରିଦେଇଛନ୍ତି । ଏହି ଲେଟର୍ ଦ୍ୱିତୀୟ କମ୍ ଦାମ୍‌ର ବିଡ୍ ଥିବା କମ୍ପାନୀକୁ ପ୍ରଦାନ କରାଯିବ । ଏହି ପ୍ରକଳ୍ପ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସକୁ ନେଇ ଥିଲା ।

ଉଭୟ ଚୀନ୍ କମ୍ପାନୀ ଜିଙ୍ଗାକସି କନଷ୍ଟ୍ରକସନ୍ ଇଞ୍ଜିନିୟରିଂର ସବସିଡିଆରୀ ଅଟନ୍ତି । ଇକୋମୋକିକ୍ ଟାଇମସ୍ ଖବର ଅନୁସାରେ, ପରିବହନ ବିଭାଗ ପ୍ରାୟ ୮୦୦ କୋଟିର ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ ବନ୍ଦ କରିଦେଇଛି । ଉଭୟ କମ୍ପାନୀ ବିଡ୍ କରିବାରେ ସଫଳ ହୋଇଥିଲେ । ଏହା ସତ୍ୱେ ସେମାନଙ୍କୁ ଲେଟର୍ ଅଫ୍ ଆଓ୍ୱାର୍ଡ ଦିଆଯାଇ ନାହିଁ । ଏହି ପ୍ରକଳ୍ପ ଏବେ ଅନ୍ୟ କମ୍ପାନୀକୁ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ନିକଟରେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ, ଚୀନ କମ୍ପାନୀକୁ ବିଭିନ୍ନ ରାଜ ପଥ ପ୍ରକଳ୍ପରୁ ବାହାର କରାଯିବ । ସେମାନେ ସଂଯୁକ୍ତ ପାର୍ଟନର୍ ଭାବେ ମଧ୍ୟ କାମ କରିପାରିବେ ନାହିଁ । ଏହାପୂର୍ବରୁ ରେଳବାଇ ୪୭୧ କୋଟିର ଏକ ପ୍ରକଳ୍ପରୁ ଚୀନ୍ କମ୍ପାନୀକୁ ବାହାର କରିଥିଲା ।

   Related Posts