ଭୁବନେଶ୍ୱରରେ ପ୍ରବେଶ ଉପରେ କଟକଣା, ଆସିବାକୁ ହେଲେ ପରିଚୟପତ୍ର ବାଧ୍ୟତାମୂଳକ

Published By : Prameya-News7 Bureau | July 16, 2020 IST

ଭୁବନେଶ୍ୱର, ୧୬|୦୭: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ଖୋର୍ଧା, ଗଞ୍ଜାମ, ଯାଜପୁର ଓ କଟକ ଆଦି ଚାରୋଟି ଜିଲ୍ଲା ସମେତ ରାଉରକେଲା ମୁନିଲିପାଲିଟି କର୍ପୋରେସନରେ ଲକଡାଉନ୍ ଲାଗୁ କରିଛନ୍ତି । ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ଯାଏଁ ଲକଡାଉନ୍ ଲାଗୁ ହୋଇଛି । ଏହି ସମୟରେ ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି ।

ଅତି ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି । ଏଥିପାଇଁ ଲକଡାଉନ୍ ସମୟରେ କଟକଣା ଲାଗୁ ହୋଇଛି । ଆହୁରି ମଧ୍ୟ ଯେଉଁମାନେ ଭୁବନେଶ୍ୱର ଆସିବେ ସେମାନେ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.