ମାସ୍କ ପିନ୍ଧି ନଥିଲେ ବସ୍ ଓ ଟ୍ୟାକ୍ସିରେ ନୋ ଏଣ୍ଟ୍ରି, ମଲ୍‌ରେ ବି ମିଳିବନି ପ୍ରବେଶ ଅନୁମତି

Published By : Prameya-News7 Bureau | September 29, 2020 IST

ମୁମ୍ବାଇ ୨୯୮।୦୯: ମାସ୍କ ନାହିଁ ତ ଏଣ୍ଟ୍ରି ନହିଁ।  ବୃହନ ମୁମ୍ବାଇ ମହାନଗର ପାଳିକା(ବିଏମସି) କଡାକଡି ଭାବେ ଏହି ନିୟମ ପାଳନ କରିବାକୁ ପ୍ରସ୍ତୁତି କରୁଛି। ମୁମ୍ବାଇରେ ସମସ୍ତ ପ୍ରକାରର ଟ୍ୟାକ୍ସି ଓ ବସ୍‌ରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କେବଳ ଏତିକି ନୁହେଁ ଦୋକାନ ଓ ସପିଂ ମଲ୍‌ରେ ପ୍ରବେଶ ପାଇଁ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ। ଏହାର ଅର୍ଥ ଯଦି କେହି ବିନା ମାସ୍କରେ ଆସନ୍ତି ତେବେ ତାଙ୍କୁ ସାର୍ବଜନୀନ ବସ୍ ଓ ଟ୍ୟାକ୍ସିରେ ଯାତ୍ରା କରିବାକୁ ଅନୁମତି  ମିଳିବ ନାହିଁ। ଏପରିକି ଦୋକାନ ଓ ମଲ୍‌ରେ ବି ପ୍ରବେଶ ଅନୁମତି ମିଳିବ ନାହିଁ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖନୀୟ ମହାରାଷ୍ଟ୍ର ଭାରତର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ। ରାଜ୍ୟର ସବୁଠୁ କରୋନା ପ୍ରଭାବିତ ହେଉଛି ରାଜଧାନୀ ମୁମ୍ବାଇ। ମହାରାଷ୍ଟ୍ରରେ ପ୍ରଥମରୁ ମାସ୍କ ପିନ୍ଧିବା ନିୟମ କଡାକଡି ସହିତ ପାଳନ କରାଯାଉଛି। ଏହାର ଉଲ୍ଲଂଘନ ହେଲେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ କରୁଛି ଏବଂ କାହାକୁ ମଧ୍ୟ ଛାଡୁନି।

ନିକଟରେ ମହାରାଷ୍ଟ୍ରର ପ୍ରମୁଖ ରାଜନୈତିକ ଦଳ ଏମଏନଏସ ପ୍ରମୁଖ ରାଜ ଠାକରେଙ୍କ ଉପରେ ମାସ୍କ ନପିନ୍ଧିବା ଅପରାଧରେ ଜୋରିମାନା ଲଗାଯାଇଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାସ୍କ ପିନ୍ଧିବା, ହାତସଫା ରଖିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ  ଜୋର ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.