Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବାହାଘରକୁ କରୋନା ଡର: ଛପାଗଲା ଡିଜିଟାଲ୍ କାର୍ଡ, RTPCR ରିପୋର୍ଟ ନଥିଲେ ନୋ ଏଣ୍ଟ୍ରି

16/04/2021 at 1:54 PM

ଜୟପୁର ୧୬/୪: ବିବାହରେ ପୁଣି କରୋନା ଛାଟ । ସବୁଠି କରୋନା ସଂକ୍ରମଣ ବ୍ୟାପୁଥିବାବେଳେ ବିବାହ ଋତୁ ବି ଚାଲିଛି । ତେବେ ଅନେକ ସ୍ଥାନରେ ବିବାହ ଭୋଜିରୁ ଲୋକେ ସଂକ୍ରମିତ ହୋଇଥିବା ନଜିର ବି ରହିଛି । ଗାଇଡଲାଇନ ଅନୁଯାୟୀ ସାମାଜିକ ଦୂରତା ଓ କଟକଣା ମାନି ବିବାହ ଉତ୍ସବ କରିବାକୁ ।

ସେସବୁକୁ ଦୃଷ୍ଟିରେ ରଖି ରାଜସ୍ଥାନ ଜୟପୁରରେ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ କରୋନା କଟକଣା ବିବାହ କରାଯିବାକୁ ନିଷ୍ପତ୍ତି ହୋଇଛି । ଏପରିକି କାର୍ଡ ବି ଡିଜିଟାଲ ଛପାଯାଇଛି । ଆଉ କାର୍ଡରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯଦି ଆପଣଙ୍କ RTPCR ରିପୋର୍ଟ ଅଛି, ତାହେଲେ ବାହାଘରକୁ ଆସିବାକୁ ଅନୁମତି ଅଛି । ଏଣ୍ଟିଜେନ୍ ରିପୋର୍ଟ ଦେଖାଇଲେ ବିବାହରେ ନୋ ଏଣ୍ଟ୍ରି । ସମସ୍ତ ବନ୍ଧୁବାନ୍ଧବ, ଗେଷ୍ଟମାନଙ୍କ ପାଇଁ ଏହି କଟକଣା ଲଗାଯାଇଛି । ଆସନ୍ତା ୨୪ରେ ଜୟପୁରରେ ଥିବା ବିଜୟ ଓ ବୈଶାଳିଙ୍କ ବିବାହ ଉତ୍ସବ ହେବ । ତା ପୂର୍ବରୁ କାର୍ଡ ମାଧ୍ୟମରେ ଏହି ବାର୍ତ୍ତା ଦିଆଯାଇଛି । ପୁଅ ଘର ତରଫରୁ ସବୁ ସ୍ପଷ୍ଟକରାଯାଇଛି ।  

   Related Posts