ଜିଲ୍ଲାକୁ କଲିକତା ବସ୍ ମନା

Published By : Prameya-News7 Bureau | July 13, 2020 IST

ଭଦ୍ରକ ୧୩।୦୭: ଭଦ୍ରକ ଜିଲ୍ଲାକୁ କଲିକତା ବସ ଆସିବା ଆଉ ଯିବା ମନା । କଲିକତା ବର୍ତ୍ତମାନ କରୋନା ହଟସ୍ପଟ ରାଜ୍ୟ । ବସ ଚଳାଚଳ କଲେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ଜିଲ୍ଲାର ବହୁ କରୋନା ସଂକ୍ରମିତଙ୍କ ଲିଙ୍କ କଲିକତା ସହ ରହିଛି । ସେଥି ପାଇଁ ଜିଲ୍ଲାପ୍ରଶାସନ କଲିକତାରୁ ବସ ଚଳାଚଳ ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରିକରିଛି । କଲିକତାରୁ କୌଣସି ବସ ଜିଲ୍ଲାକୁ ଆସିବ ନାହିଁ କିମ୍ବା ଜିଲ୍ଲାର କୌଣସି ସ୍ଥାନରୁ ବସ ମଧ୍ୟ କଲିକତା ଯିବ ନାହିଁ । ଏନେଇ ୧୧ ତାରିଖ ରୁ ଏକ ନିର୍ଦ୍ଦେଶନାମା ଜିଲ୍ଲାପ୍ରଶାସନ ଜାରୀ କରିଥିଲେ ମଧ୍ୟ ଏବେ ସାର୍ବଜନୀନ କରିଛି। ଏନେଇ ଭଦ୍ରକ ଉପଜିଲ୍ଲାପାଳ , ଏସପି , ଆଞ୍ଚଳିକ ପରିବହନ ଅଧିକାରୀ , ଜିଲ୍ଲା ର ସମସ୍ତ ତହସିଲଦାର ଓ ବସ ସିଣ୍ଡିକେଟ କୁ ମଧ୍ୟ ଚିଠି ମାଧ୍ୟମ ରେ ଅବଗତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.