Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା

25/11/2020 at 11:03 AM

ପୁରୀ ୨୫।୧୧: ବାହାର ଭକ୍ତଙ୍କୁ ପୁରୀ ମନା । ମହାପ୍ରଭୂଙ୍କ ନାଗାର୍ଜୁନ ବେଶ ଅବସରରେ ବାହାର ଭକ୍ତଙ୍କୁ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନର ଏପରି ଅନୁରୋଧ କରିଛି ।

ଆସନ୍ତା ୨୭ରେ ମହାପ୍ରଭୂଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ସମସ୍ତ ରୀତିନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି । କରୋନାର ଭୟାବହତାକୁ ଦେଖି ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନ ପୁରୀ ଆସିବା ଉପରେ କଟକଣା ଜାରି କରିଛି । ଏହି ସମୟରେ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ସେହିପରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉତ୍ତର ଦ୍ବାର ଏବଂ ଦକ୍ଷିଣ ଦ୍ବାରରେ ଦିଆଯାଉଥିବା ମହାପ୍ରସାଦକୁ ବନ୍ଦ କରାଯାଇ ଜଗନ୍ନାଥ ବଲ୍ଲଭଠାରେ ଭକ୍ତଙ୍କ ଉଦ୍ଦେଶ୍ୟରେ ବରାଦି ମହାପ୍ରସାଦ ଦିଆଯିବ। ପଞ୍ଚୁକ ବ୍ରତ ପାଇଁ ଆଜିଠାରୁ ୬ ଦିନ ପାଇଁ ବଡଦାଣ୍ଡରେ ଟ୍ରାଫିକ କଟକଣା ଜାରି ରହିବ । ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ଅଭିମୁଖେ କୌଣସି ଦୁଇ ଚକିଆ ଯାନକୁ ଅନୁମତି ପାଇଁ ନିଷେଧ କରାଯାଇଛି । ମନ୍ଦିରର ଚତୁଃପାର୍ଶ୍ବରେ ମଧ୍ୟ ଦୁଇ ଚକିଆ ଯାନକୁ ଜିଲ୍ଲା ପ୍ରଶାସନ ନିଷେଧ କରିଛି । ଏନେଇ ଉପଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ।

   Related Posts