'ମେଁ ଭି ଚୌକିଦାର ହୁଁ' ଲେଖି ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ଗ୍ରାମବାସୀ ଲଗାଇଲେ ନୋ ଏଣ୍ଟ୍ରି ବୋର୍ଡ

Published By : Prameya-News7 Bureau | April 06, 2019 IST

ଅମରୋହା ୬/୪ : ଉତ୍ତର ପ୍ରଦେଶ ଅମରୋହା ସ୍ଥିତ ଫରିଦପୁର ଗାଁରେ ଲୋକେ ବିଜେପି ସପକ୍ଷରେ ଏକ ବୋର୍ଡ ଲଗାଇଛନ୍ତି | ବୋର୍ଡରେ ଲେଖାଯାଇଛି " ମେଁ ଭି ଚୌକିଦାର ହୁଁ " | ଗାଁକୁ ଯିବା ଆସିବା କରୁଥିବା ଲୋକେ ବୋର୍ଡକୁ ଧ୍ୟାନର ସହ ପଢ଼ିଥାନ୍ତି | ଗ୍ରାମବାସୀ ହାତରେ ବାଡ଼ି ଧରି ଏହି ବୋର୍ଡର ସୁରକ୍ଷା କରୁଛନ୍ତି |


ଗ୍ରାମବାସୀଙ୍କ ଏହି ବୋର୍ଡ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ସାମ୍ବାଦିକମାନେ ଏହି ବୋର୍ଡ ବିଷୟରେ ପଚାରିବାରୁ ଗ୍ରାମବାସୀ ଏକାଠି ହୋଇ ମେଁ ଭି ଚୌକିଦାର ହୁଁ ନାରା ଲଗାଇଥିଲେ | ଗ୍ରାମବାସୀ କହିଥିଲେ, ଦେଶକୁ ଯେଉଁଭଳି ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି ସେସବୁ ଗୁଣ ନରେନ୍ଦ୍ର ମୋଦିଙ୍କ ଭିତରେ ରହିଛି |


ଗାଁର ଚାଷୀ କହିଛନ୍ତି ଯେ, ଗତ ୩୦ ବର୍ଷ ହେଲା ଚାଷୀମାନେ କିଷାନ ସମ୍ମାନ ନିଧି ଯୋଜନା ପାଇଁ ଦାବି କରି ଆସୁଥିଲେ | ଏହି ଯୋଜନାରେ ମୋଦି ୬୦୦୦ ଟଙ୍କା ଚାଷୀଙ୍କୁ ଦେବା ପାଇଁ ଯୋଜନା କରିଛନ୍ତି |


ଵାଲାକୋଟ ଏୟାର ଷ୍ଟ୍ରାଇକକୁ ନେଇ ମଧ୍ୟ ବହୁତ ପ୍ରଶଂସା କରିଥିଲେ ଗ୍ରାମବାସୀ | ମୋଦି ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛନ୍ତି ବୋଲି କହି ଖୁସି ବ୍ୟକ୍ତ କରିଥିଲେ ଗ୍ରାମବାସୀ | ଗ୍ରାମବାସୀ ବୋର୍ଡରେ ଏକ ଅଲଗା ପ୍ରକାର ସୂଚନା ଦେଇଛନ୍ତି | ବୋର୍ଡରେ ଲେଖା ଯାଇଛି, ମେଣ୍ଟ ପ୍ରାର୍ଥୀ କିମ୍ବା ମୋଦିଙ୍କ ବିରୋଧୀ ପ୍ରାର୍ଥୀ ଏହି ଗାଁକୁ ପ୍ରବେଶ କରନ୍ତୁ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.